ଗାଡ଼ି ଭିତରୁ ଅଜଣା ମୃତ ଦେହ ଉଦ୍ଧାର

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ଘୁଳେହି ଛକ ନିକଟ ଢ଼ାବା ପାଖରୁ ଏକ କାର ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ଠାବ କରାଯାଇଛି । କାଲିଠାରୁ ଷ୍ଟାଟ ଥିବା ଗାଡିଟି ଦେଖି ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ଖବର ପାଇ ହିନ୍ଦୋଳ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡ଼ିକାଚ ଭାଙ୍ଗି ମୃତ ଦେହକୁ ଉଦ୍ଧାର କରିଛି । ମୋବାଇଲ ଏବଂ କିଛି ଗୁରୁତପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଉକ୍ତ ବ୍ୟକ୍ତିଙ୍କ ନାମ ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ଏବଂ ତାଙ୍କ ଘର ମହାରାଷ୍ଟ୍ରର ନାଗପୁର ବୋଲି ଜଣାପଡିଛି । ପୋଲିସ ତାଙ୍କ ଘର ଲୋକଙ୍କୁ ଜଣାଇବା ସହ ମୃତଦେହକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published.