ଜିମସାରରେ ଅତ୍ୟାଧୁନିକ ଏମଆରଆଇ ଓ ସିଟି ସ୍କାନ ସେବାକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

କଟକ, (ନାଗରାଜ ନ୍ୟୁଜ): ଜିମସାରରେ ଉଦଘାଟିତ ହେଲା ଅତ୍ୟାଧୁନିକ ଏମଆରଆଇ ଓ ସିଟି ସ୍କାନ ସେବା । ଲୋକସେବକ ମଣ୍ଡଳ ଓ ସମାଜ ଦ୍ୱାରା ପରିଚାଳିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ପେଟ୍ରୋଲିୟମ ଦ୍ୱାରା ୬ କୋଟି ୬୦ ଲକ୍ଷ ଟଙ୍କାର ବ୍ୟୟରେ ଏହି ମେସିନକୁ ପ୍ରଦାନ କରାଯାଇଛି।

ଏହା ଦ୍ୱାରା କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ, ବାଙ୍କୀ ଉପଖଣ୍ଡ ଓ ଢେଙ୍କାନାଳ ଜିଲ୍ଲାର ଅନେକ ଲୋକେ ଉପକୃତ ହେବେ । ଆଗାମୀ ଦିନରେ ଏହି ଗବେଷଣା କେନ୍ଦ୍ରକୁ ମେଡିକାଲ କଲେଜର ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବରରେ କଟକ ସାଂସଦ ଭର୍ତ୍ତୁହରି ମହତାବ, ଲୋକସେବକ ମଣ୍ଡମଳର ରାଷ୍ଟ୍ରୀୟ ଉପ ସଭାପତି ନିରଞ୍ଜନ ରଥ, ରାଷ୍ଟ୍ରୀୟ ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ, ଭାରତ ପେଟ୍ରୋଲିୟମର ବରିଷ୍ଠ ଅଧିକାରୀ ଏବଂ ଗବେଷଣା କେନ୍ଦ୍ରର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.