ପୁରୀ ସହରର ସମସ୍ୟା ସମାଧାନ କରିବା ପାଇଁ ମିଳିତ ହେଲେ ବିଭିନ୍ନ ସାମାଜିକ ଅନୁଷ୍ଠାନ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସହରର ସମସ୍ୟା ସମାଧାନ କରିବା ପାଇଁ ମିଳିତ ହେଲେ ବିଭିନ୍ନ ସାମାଜିକ ଅନୁଷ୍ଠାନ । ଭକ୍ତ ସାଲବେଗ ପୀଠ ରେ ଆହୁତ ସମାଜିଜ ଅନୁଷ୍ଠାନ ମାନଙ୍କର ମିଳିତ ସମାବେଶକୁ ସଚେତନ ନାଗରିକ ମଞ୍ଚର ସଭାପତି ସାମ୍ବାଦିକ ଓ ଆଇନି ଜୀବୀ ପ୍ରସନ୍ନ ଦାଶ ପରିଚାଳନା କରିଥିଲେ । ଏହି ସାମାଜିକ ଅନୁଷ୍ଠାନ ମାନଙ୍କର ମିଳିତ ସମାବେଶରେ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ଉପଦେଷ୍ଟା ଚକ୍ରଧର ମହାପାତ୍ର , ସହିଭାଇ ର ସମ୍ପାଦକ ଚନ୍ଦ୍ରଶେଖର ମିଶ୍ର ,ଉର୍ଯାବ।ନ ଓଡ଼ିଶାର ସମ୍ପାଦିକା ନିହାରୀକ। ତ୍ରିପାଠୀ ,ସଭାପତି ସନ୍ତୋଷ କୁମାର ସେନାପତି ,ଆମ ଆଦମୀ ପାର୍ଟି ର ମେଡିଆ ପ୍ରମୁଖ ସମୀର ସାମନ୍ତରାୟ, ତ୍ରିଲୋଚନ ଦାସ,ଅନୀଲ ସେନାପତି ,ବିଶ୍ବହିନ୍ଦୁ ପରିଷଦ ର ଜିଲା ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାନ୍ତି , ପୁରୀ ସହରର ଯୁବନେତା ସଂଗଠକ ବିଶ୍ୱଜିତ ମହାନ୍ତି ଆଲୋଚନା ରେ ଅଂଶଗ୍ରହଣ କରି ନିଜ ନିଜ ର ମତା ମତ ଦେଇଥିଲେ । ଶେଷରେ ଉର୍ଯାବ।ନ ର ସମ୍ପାଦିକା ନିହାରିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.