ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ସହକାରୀ କୀରାଣି

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ୍ ରେ କାର୍ଯ୍ୟରତ ବିଭୁପ୍ରସାଦ ବେହେରା । ବିଲ ପାସ କରିବାକୁ ଜଣେ ଶିକ୍ଷୟତ୍ରୀଙ୍କ ଠାରୁ ନେଉଥିଲେ ୫ ହଜାର ଲାଞ୍ଚ । ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଭୁବନ ବ୍ଲକ ଶିକ୍ଷା ବିଭାଗ ସହକାରୀ କିରାଣୀ । କଟକ ଓ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ମିଳିତ ଚଢାଉରେ ଶିକ୍ଷୟିତ୍ରୀ ସୁଚିତ୍ରା ହୋତା ନିଜ ଚିକିତ୍ସା ବାବଦକୁ ସରକାରୀ ଅନୁଦାନ ଟଙ୍କା ର ବିଲ ପାସ କରାଇଦେବାକୁ ବହୁ ଦିନ ହେଲା ପତ୍ର ଲେଖିଥିଲେ । କିନ୍ତୁ ସହକାରୀ କିରାଣି ଏଥିରେ ସହଯୋଗ ନକରି ତାଙ୍କ ଠାରୁ ଟଙ୍କା ମାଗିଥିଲେ । ଆଜି ଶିକ୍ଷୟତ୍ରୀଙ୍କ ଠାରୁ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିନେଇଥିଲେ ।

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ 

Leave a Reply

Your email address will not be published.