କୁକୁଡ଼ା ଲ୍ୟାମ୍ପସରେ ଭିଜିଲାନ୍ସ ଚଢ଼ାଉ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବ୍ଳକ କୁକୁଡ଼ା ଲ୍ୟାମ୍ପସରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିବା ଜଣାଯାଇଛି । ଖବର ନେବାରୁ ଜଣାଯାଇଛିଯେ, ପରୀକ୍ଷିତ ସାହୁ ଦୀର୍ଘ ୧୫ ବର୍ଷ ଧରି‌ ଏହି ଲ୍ୟାମ୍ପସରେ ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଥିଲେ । ହେଲେ ‌ଚାଷୀଙ୍କ ରୂଣ ଏବଂ ଚାଷୀଙ୍କ ସାର ସବୁକିଛି ବିକ୍ରି କରି ଅଚଳାଚଳ ସମ୍ପତିର ମାଲିକ ହୋଇଥିଲେ । ହେଲେ ଚୋର ଘର ସବୁବେଳେ ଅନ୍ଧାର ରହେନି । କୌଣସି ସୂତ୍ରରୁ ଖବରପାଇ ସୁନ୍ଦରଗଡ଼ ‌ଭିଜିଲିନ୍ସ ଏସପି‌ ସୁଦାଙ୍ଗସୁ‌ ଷଡ଼ଙ୍ଗୀଙ୍କ‌‌ ସହିତ ତାଙ୍କ ୨୦ଜଣିଆ ଟିମ ଫରକ୍ଷିତସାହୁଙ୍କ ଭାଟାପଡିସ୍ଥୀତ ଘର ଏବଂ ‌କୁକୁଡା ଲ୍ୟାମ୍ପସ ଅଫିସରେ ଏକା‌ ସାଙ୍ଗରେ ଚଢ଼ାଉ କରିଥିଲେ ।

Leave a Reply

Your email address will not be published.