ମହାପ୍ରଭୁଙ୍କୁ ଦର୍ଶନ କଲେ ‘୫-ଟି’ ସଚିବ ଭି କେ ପାଣ୍ଡିଆନ

ପୁରୀ, (ନାଗରାଜ ନ୍ୟୁଜ): ‘୫-ଟି’ ସଚିବ ଭି କେ ପାଣ୍ଡିଆନ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ସହିତ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଭିତରେ ବିଭିନ୍ନ ଦେବାଦେବୀ ମନ୍ଦିର ବୁଲିବା ସହ ବେଢ଼ା ପରିକ୍ରମା କରିଥିଲେ । ଶ୍ରୀମନ୍ଦିରର ସୌନ୍ଦର୍ୟ୍ୟକରଣ କାର୍ଯ୍ୟ ମଧ୍ୟ ପଚାରି ବୁଝିଥିଲେ । ‘୫-ଟି’ ସଚିବ ପ୍ରତି ଶନିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି ।

Leave a Reply

Your email address will not be published.