ଶାନ୍ତି ଶୃଙ୍ଖଳାର ସହିତ ସରିଲା ମତଦାନ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଚଳିତବର୍ଷ ଅର୍ଥାତ୍ ୨୦୨୨ ମସିହା ଫେବୃୟାରୀ ମାସ ୨୦ ତାରିଖ ଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଦିବସ । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାର ଖଇରା, ସିମୁଳିଆ ଓ ସୋର ବ୍ଲକରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ନଜରକୁ ଆସିନାହିଁ । ଉକ୍ତ ମତଦାନ ସକାଳ ୭ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ମତଦାତାମାନେ ଶାନ୍ତି ଶୃଙ୍ଖଳାର ସହିତ ଧାଡିରେ ଛିଡ଼ା ହୋଇ ନିଜ ନିଜର ସ୍ୱାଧୀନ ମତଦାନ କରିଥିଲେ । ଖଇରା ବ୍ଲକର ମୋଟ ୫୧୭ ଟି କେନ୍ଦ୍ରରେ ମତଦାନ ହୋଇଥିଲା ।

ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନଙ୍କ ଭାଗ୍ୟ ଏବେ ଭୋଟ ବାକ୍ସ ମଧ୍ୟରେ ସୀମିତ ରହିଛି । ଗଣତି ପରେ ଜିତିବା ହାରିବା ଜଣାପଡିବ । ସେତେଦିନ ପର୍ଯ୍ୟନ୍ତ ପ୍ରାର୍ଥିନୀ ଓ ପ୍ରାର୍ଥିନୀ ମାନେ ଅପେକ୍ଷା କରି ରହିବେ । ଦାୟିତ୍ୱରେ ଥିବା ବିଭିନ୍ନ ପଦବୀଧାରୀ ଅଫିସର ମାନେ ସୁଚାରୁରୂପେ ନିଜ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ବାହିନୀ ନିୟୋଜିତ ହୋଇଥିଲେ । କର୍ମଚାରୀ ନେ ଶାନ୍ତିଶୃଙ୍ଖଳାର ସହିତ ମତଦାନ କାର୍ଯ୍ୟ ଶେଷ କରି ବ୍ଲକ ପ୍ରଶାସନ ନିକଟକୁ ଫେରିଛନ୍ତି ।

Leave a Reply

Your email address will not be published.