ଯଶପଡା ପଞ୍ଚାୟରେ ଚାଲିଛି ମତଦାନ

କଟକ, (ନାଗରାଜ ନ୍ୟୁଜ): କଟକ ସଦର ବ୍ଲକ୍ କିଶୋର ନଗର ଅନ୍ତର୍ଗତ ଯଶପଡା ପଞ୍ଚାୟରେ ଆଜି ସକାଳ ୭ଟାରୁ ସରପଞ୍ଚ ପଦ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରକାଶ ଥାଉ କି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବଦିନ ସରପଞ୍ଚ ପ୍ରାର୍ଥିନୀଙ୍କ ମୃତ୍ୟୁ ଘଟିଥିଲା । ଫଳରେ ସରପଞ୍ଚ ପଦ ପାଇଁ ନିର୍ବାଚନ ବନ୍ଦ ରହିଥିଲା । ଆଜି ୧୪ ଗୋଟି ବୁଥରେ ଶାନ୍ତି ଶୃଙ୍ଖଳା ଭାବେ ଲୋକମାନେ ନିଜ ନିଜର ମତ ସାବ୍ୟସ୍ତ କରି ପଞ୍ଚାୟତା ମୁଖିଆ ବାଛଛନ୍ତି । ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ଭୋଟର ମାନେ ବେସ୍ ଖୁସି ଅଛନ୍ତି ।

Leave a Reply

Your email address will not be published.