ଢେଙ୍କାନାଳରେ ଭିଆର୍ପି ସଂଘ ଗଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାରେ ଭିଆର୍ପି ସଂଘ ସଂଘ ଗଠନ କରାଯାଇଛି । ସେଂଘର ପ୍ରଥମ ବୈଠକ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇ ରୂପରେଖ ପ୍ରସ୍ତୁତ ହୋଇଥିଲା । ନାରୀନେତ୍ରୀ ସୁଲୋଚନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ନେତ୍ରୀ ତଥା ପ୍ରଭାରୀ ସୁରଭି ସ୍ୱାଇଁ, ଶ୍ରୀନିବାସ ଖୁଣ୍ଟିଆ ଓ ରବିନାରାୟଣ ବେହେରା ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଢେଙ୍କାନାଳ ଜିଲ୍ଲାରେ ସଂଘର ସଂଚାଳନ ନିମନ୍ତେ ଏକ ସମିତି ଗଠନ କରାଯାଇଥିଲା । ଭିଆର୍ପି ସଂଘର ସଭାନେତ୍ରୀ ଭାବେ ସୁଲୋଚନା ସାହୁ, ସଂପାଦିକା ଭାବେ କୁମୁଦିନୀ ସାମଲ ଓ କୋଷାଧ୍ୟକ୍ଷ ଭାବେ ସସ୍ମିତା ନାୟକଙ୍କୁ ମନୋନୀତ କରାଯାଇଛି । ସେହିପରି ସରସ୍ୱତୀ ଦଳେଇ, ନଳିନୀ ମହନ୍ତ ଓ ନିରୁପମା ସାହୁଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଚୟନ କରାଯାଇ ଜିଲ୍ଲାର ୮ଟି ବ୍ଲକ୍ର ଦାୟିତ୍ୱ ଦିଆଯାଇଛି ।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.