ଓଡ଼ିଶା ଡ୍ରାଇଭର ମହାସଂଘର ଜଳଛତ୍ର ଓ ସଚେତନତା କାର୍ଯ୍ୟକ୍ରମ

ଖଇରା, (ନାଗରାଜ ନ୍ୟୁଜ): ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଶା ଡ୍ରାଇଭର ମହାସଂଘର ଜଳଛତ୍ର ଓ ସଚେତନତା କାର୍ଯ୍ୟକ୍ରମ । ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଧୁବାଗଢିଆ ଛକ ନିକଟରେ । ସୋର,ଆଗରପଡା ଓ ଭଦ୍ରକ କୁ ସଂଯୋଗ କରୁଥିବା ଏହି ଛକରେ ଡ୍ରାଇଭର ଭାଈମାନେ ସମସ୍ତଙ୍କୁ ପଣା ଓ ଦହି ସର୍ବତ ଦେବା ସହିତ ସବୁ ଡ୍ରାଇଭର ମାନଙ୍କୁ ହେଲମେଟ,ସିଟବେଲ୍ଟ,ଦ୍ରୁତ ଗତି,ଓ ନିଶାଦ୍ରବ୍ୟ ନ ଖାଇ ଗାଡି ଚଳାଇବାକୁ ଅନୁରୋଧ କରିଥିଲେ । ଖଇରା ବ୍ଲକ ଡ୍ରାଇଭର ମହାସଙ୍ଗ ରେ ସୁରେନ୍ଦ୍ର ପ୍ରସାଦ ଦାସ,ପର୍ଶୁରାମ ବେହେରା ଉପଦେଷ୍ଟା ଥିବାବେଳେ ନିର୍ମଳ ଲେଙ୍କା,ସହଦେଵ ସାହୂ,ସତ୍ୟାନନ୍ଦ ଜେନା, ବିଜୟ କୁମାର ବେହେରା ଆଡ଼ମିନ ଅଛନ୍ତି । ଏହି ଅବସରରେ କାର୍ଯ୍ୟରତ ସାମ୍ବାଦିକ ଲୋଚନ ରାଉତ ଙ୍କୁ ଓଡିଶା ଡ୍ରାଇଭର ମହାସଂଘର ସମସ୍ତ ସଦଷ୍ୟମାନେ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଗକୁ ଏହିଭଳି କାର୍ଯ୍ୟକ୍ରମ ଓଡିଶା ସାରା ଜାରି ରଖିବେ ବୋଲି ସଂଘର ସଦସ୍ୟ ମାନେ କହିଛନ୍ତି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.