ପୁରୀରେ କୁଇନ୍ସ ବାଟେନ ରିଲେକୁ ସ୍ୱାଗତ

ପୁରୀ, (ନାଗରାଜ ନ୍ୟୁଜ): ଇଂଲଣ୍ଡର ବର୍ମୀଂହାମରେ ୨୦୨୨ କମନ ୱେଲଥ ଗେମ ଅନୁଷ୍ଠିତ ହେବ। ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ସାରା ବିଶ୍ୱରେ ପରିଭ୍ରମଣ କରୁଛି କୁଇନ୍ସ ବାଟେନ ରିଲେ । ଏହାକୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଛି । ଏହି କ୍ରମ ରେ ଆଜି ପୁରୀରେ କୁଇନ୍ସ ବାଟେନକୁ ସ୍ୱାଗତ କରାଯାଇଛି । ପୁରୀ, ପିପିଲି, ସତ୍ୟବାଦୀ ଓ ଚନ୍ଦନପୁର ଅଞ୍ଚଳରେ କ୍ରୀଡ଼ାବିତ ଓ କ୍ରୀଡା ପ୍ରେମୀମାନେ ଏହାକୁ ସ୍ୱାଗତ କରିଥିଲେ । ପରେ ପୁରୀ ବଡ଼ ଦାଣ୍ଡରେ କୁଇନ୍ସ ବାଟେନ ରିଲେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପୋଲିସ ବ୍ୟାଣ୍ଡର ତାଳେ କୁଇନ୍ସ ବାଟେନକୁ ସ୍ଵାଗତ କରାଯାଇଛି । ପୁରୀରେ ଏହା ସ୍ଵାଗତ ପରେ କୋଣାର୍କ ମଧ୍ୟ ଯିବାର କାର୍ୟ୍ୟକ୍ରମ ରହିଛି । ୨୦୨୨ କମନ ୱେଲଥ ର କୁଇନ୍ସ ବାଟେନ ରିଲେ ସ୍ୱାଗତ ପାଇଁ ପୁରୀ ସହର ର ବହୁ କ୍ରୀଡ଼ାବିତ, ଖେଳାଳି, ବୁଦ୍ଧିଜୀବୀ ଏବଂ କ୍ରୀଡା ପ୍ରେମୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.