ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଉଲକେଲା, (ନାଗରାଜ ନ୍ୟୁଜ ): ରାଉରକେଲା ସେକ୍ଟର ୪ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ପ୍ରଥମ ବର୍ଷର ନବାଗତମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନ ଏହି ଉତ୍ସବକୁ ଉଦଘାଟନ କରି ଆଶ୍ରିବଚନ ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ ସହ ମହାବିଦ୍ୟାଳୟ ତଥା ଛାତ୍ର ଜୀବନର ଲକ୍ଷ୍ୟ ପୂରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଉତ୍କଳୀୟ ଭାଷା, ସାହିତ୍ୟ, ସଂସ୍କୃତିର ସଂରକ୍ଷକ ଏବଂ ବିଭାଗୀୟ ସ୍ୱପ୍ନର ସାର୍ଥକ ରୂପକାର ହେବା ପାଇଁ ପ୍ରେରିତ କରିବା ସହ ଶୁଭାଶିଷ ଦେଇଥିଲେ । ଅଧ୍ୟାପକ ଡା. ଅରବିନ୍ଦ ଦାସ ବିଶ୍ୱାସ ଏବଂ ବନ୍ଧୁତ୍ୱକୁ ଗୁରୁତ୍ୱ ଦେଇ ସାହିତ୍ୟ ପ୍ରାଣ ହେବାକୁ କହିଥିଲେ ।

ଅନ୍ୟତମ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ବିଭାଗର କ୍ରମାଗତ ସଫଳତାକୁ ଆଗକୁ ବଢାଇବା ପାଇଁ ପ୍ରେରିତ କରିଥିଲେ। ଛାତ୍ରୀ ପୁଷ୍ପାଞ୍ଜଳୀ ମୁଦୁଲିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ପ୍ରାରମ୍ଭରେ ବିଷ୍ଣୁପ୍ରିୟା ପାତ୍ର, ଶ୍ରୀୟଶ୍ରୀ କୁଜୁର,ମନସ୍ୱୀ ଜେନା, ସଂଗୀତା ବେହେରା, ଦୀପିକା ବାଗ, ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ନବାଗତ ଛାତ୍ରଛାତ୍ରୀ ଅନିତା ଜଗଦ୍ଦେବ, ଭବାନୀ ସାହୁ ଓ ରୂପେଶ ଗୋପ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ଗୌଡ,ବିଶ୍ୱଜିତ ବାରିକ, ପ୍ରୀତି ସିଂହ, ଶୁଭଶ୍ରୀ ପାତ୍ର, ଦୀପିକା ଦାସ, ଶୃତି ଗନ୍ତାଘରିଆ, ଅଞ୍ଜଳୀ ମୁଣ୍ଡା, ସୁବ୍ରତ, ଆଦିତ୍ୟ, ସୂରଜ, ସୁଇଟି, ଅଭୟ, ଅଶୋକ, ବହି, ସମୀର, ନିରଞ୍ଜନ ଓ ମାନସ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଅନପୂର୍ଣା ବରାଳ ଧନ୍ୟବାଦ ଅର୍ପଣ କରିଥିଲ ।

Leave a Reply

Your email address will not be published.