ଦୋକାନରୁ ଚୋରି କରୁଥିବାବେଳେ ୨ ଚୋରଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସୋର ଥାନା କାନପୁର ଛକ ନିକଟରେ ଆଜି ଭୋର ସମୟରେ ଦୋକାନରେ ପଶି ଚୋରୀ କରୁଥିବା ବେଳେ ୨ ଚୋରକୁ ଧରି ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ l ସୋର କୁପାରୀ ରାସ୍ତା ନଦୀ ଗାଁ କାନପୁର ଛକରେ ଶିବ ପ୍ରସାଦ ସାହୁ ପାନ ଦୋକାନ କରିଛନ୍ତି l ଆଜି ଭୋର ସମୟରେ ସେହି ପାନ ଦୋକନରେ ତାଳକୁରୁନିଆ ଗାଁର ପର୍ଶୁରାମ ବାରିକ ଓ ବଳରାମ ପଟ୍ଟନାୟକ ମିଶି ଚୋରୀ କରିବା ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଧରି ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଇଛନ୍ତି. ଫଳରେ ଉଭୟ ଗୁରୁତ୍ତର ଆହତ ହୋଇଥିବା ବେଳେ ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରି 108 ଆମ୍ବୁଲାନ୍ସରେ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ. ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତର ଉଭୟଙ୍କୁ ବାଲେଶ୍ୱର ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଛନ୍ତି.

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.