ସ୍ୱାମୀର ଠେଙ୍ଗାମାଡରେ ସ୍ତ୍ରୀ ମୃତ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅଧୀନରେ ଥିବା କୁଣ୍ଡୁପଡା ବ୍ଳକ ପଛପଟ ପଡ଼ାରେ ସ୍ୱାମୀର ଠେଙ୍ଗାମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବର ନେବାରୁ ଜଣାଯାଇଛିଯେ, ରାଜଗାଙ୍ଗପୁର ବ୍ଳକ ପଛପଟ କୁଣ୍ଡୁପଡାର ଦିପକ୍ ବାଲ୍ଟି ‌କୌଣସି କଥାକୁ ନେଇ‌ ସ୍ତ୍ରୀ ସାଙ୍ଗରେ ପାଟିତୁଣ୍ଡ କରିଥିଲେ । ପରେ ଦିପକ୍ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ସ୍ତ୍ରୀ ସୂନିତା ମିଞ୍ଜକୁ ବାଡ଼ାଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ସୁନିତାର ପରିବାର ଲୋକେ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିବାରୁ ରାଜଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇବା ସହିତ ଦିପକକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published.