ଜଙ୍ଗଲୀ ଗଜରାଜ ଗାଁ ମୁହାଁ, ଚାଷୀ ହତାସ

ଢେଙ୍କାନାଳ, (ସୌମ୍ୟରଂଜନ ମହାନ୍ତି): ଚଳିତ ବର୍ଷ ଚାଷୀ ମାନେ ବର୍ଷାକୁ ନେଇ ବହୁ ଅସନ୍ତୋଷ ଥିଲାବେଳେ, ଜଙ୍ଗଲି ଗଜରାଜଙ୍କର ଉପଦ୍ରବ କହିଲେ ନସରେ । ଯେହେତୁ ଗଁଦିଆ ବ୍ଲକର ବିଭିର୍ଣ୍ଣ ପଂଚାୟତରେ ଜଳ ସେଚନର ସୁବିଧା ନାହିଁ, ସେଥିନିମନ୍ତେ ଚାଷୀମାନେ କେବଳ ବର୍ଷକରେ ଥରେ ଧାନ ତଳି ପକେଇ ଅପେକ୍ଷା କରି ବସିଥାନ୍ତି । କେବେ ଇନ୍ଦ୍ରଦେବଙ୍କର କୃପା ହେବ ଆଉ ଆମେ ଚାଷ କରିବୁ, ଏହିପରି ଅପେକ୍ଷା କରି ବସିଥିବା ସମୟରେ ବର୍ଷାର ଅନୁପାତ କମ ଥିବାରୁ ଚାଷୀମାନେ‌ ଦୁଃଖ କଷ୍ଟରେ ରହୁଛନ୍ତି ।

ଏହି ସମୟରେ ଜଙ୍ଗଲୀ ହାତୀପଲ ଚାଷୀର ତଳି ସବୁ ନଷ୍ଟ କରିଦେଉଛନ୍ତି । ଚାଷୀ ମାନେ ବନ ଅଧିକାରୀଙ୍କୁ ଜଣାଇଥିଲେ । ବନ ବିଭାଗରୁ ଆସି ତଦନ୍ତ କରି ଯାଇଛନ୍ତି ବୋଲି ଜଣାପଡିଛି । ତେବେ ଦେଖିବାକୁ ବାକିରହିଲା ରାଜ୍ୟ ସରକାର ଚାଷୀ ମାନଙ୍କ ପ୍ରତି କିପ୍ରକାର ନିଷ୍ପତି ନେଉଛନ୍ତି ।

Leave a Reply

Your email address will not be published.