ଆଇନଗତ ସାକ୍ଷାରତାରେ ମହିଳା ସଶକ୍ତିକରଣ ସଚେତନତା

ପୁରୀ,(ନାଗରାଜ ନ୍ୟୁଜ): ମହିଳା ମାନେ ସଶକ୍ତ ହେବା ସହ ଆଇନଗତ ସାକ୍ଷର ହେଲେ ଏକ ସମୃଦ୍ଧ ସମାଜ ଗଠିତ ସହଜ ହୋଇ ପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଆଜି ଅପରାହ୍ନ ରେ ବଳିଆ ପଣ୍ଡା ସ୍ଥିତ ଗାନ୍ଧୀ ଶ୍ରମ ପ୍ରତିଷ୍ଠାନ ଠାରେ ସ୍ୱାତୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ହାଇଦ୍ରାବାଦ ସ୍ଥିତ ୟୁ ଏସ କନସଲଟ ସହଯୋଗ ରେ ଆଇନଗତ ସାକ୍ଷରତା ସମ୍ପର୍କିତ ମହିଳା ସଶକ୍ତିକରଣର ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ଗତକାଲି ଉଦଘାଟନ କରିଥିଲେ। ଉଦଯାପନ ଦିବସରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ସୁରକ୍ଷା କମିଟିର ସଦସ୍ୟ ରାମଶଙ୍କର ପାତ୍ର ଯୋଗ ଦେଇ ଜାଣିଲେ ଜିଣିବା।ତେଣୁ ଏଠାରୁ ପ୍ରଶିକ୍ଷିତ ପ୍ରତିଟି ସଦସ୍ୟ ମାନେ ଜଣେ ଜଣେ ସମାଜ ସଂସ୍କାରକ ର ଭୂମିକା ନିର୍ବାହ କରି ଅନ୍ୟ ମାନଙ୍କୁ ସଚେତନ କରାଇବାକୁ ଆହ୍ବାନ ଦେଇଥିଲେ।ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ବିଷୟ ବିଶାରଦ ଭାବେ ସୁଜାତା ମହାପାତ୍ର ଓ ପଦ୍ମ ଲୋଚନ ଦାଶ ବିସ୍ତୃତ ସଚେତନ କରାଇବା ସହ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ, ସ୍ୱଛସାଥି, ଜଳସାଥି, ଆଇନଜୀବୀ, ସାମାଜିକ କର୍ମୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଦସ୍ୟ ତଥା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ସ୍ବେଛାସେବୀ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ନେଇ ଥିଲେ।ପରିଶେଷରେ ସମସ୍ତ ଙ୍କୁ ମାନପତ୍ର ଓ ଆଇନ ସମ୍ପର୍କିତ ପୁସ୍ତକ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published.