ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର,(ନାଗରାଜ ନ୍ୟୁଜ): ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ ସଂଘ ର ଅସ୍ଥାୟୀ ସଭାପତି ଶ୍ୟାମ ସୁନ୍ଦର ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି. ବୈଠକ ରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଛତିଶ ଗୋଟି ଆବାସିକ ଆଶ୍ରମ, କନ୍ୟାଶ୍ରମ, ସେବାଶ୍ରାମ ରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କଡାକଡି କରିବା, ଅନ୍ତେବାସିନୀ ଛାତ୍ରୀ ମାନଙ୍କ ହଷ୍ଟେଲ ରେ ସିସି ଟିଭି ବ୍ୟବସ୍ଥା, ସୁରକ୍ଷା ପ୍ରହରୀ ନିଯୁକ୍ତି, ପାଚେରୀ ନିର୍ମାଣ, ଶିକ୍ଷକ ନିଯୁକ୍ତି, ଜ଼ିଲ୍ଲା ର ତିରିଶ ଟି ନବ ନିର୍ମିତ ହଷ୍ଟେଲ ରେ କର୍ମଚାରୀ ନିଯୁକ୍ତି କରି ହଷ୍ଟେଲ ଗୁଡିକ କାର୍ଯ୍ୟକ୍ଷମ କରିବା, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଡ଼ୁମେରବାହାଲ ରେ ମିନି ଷ୍ଟାଡିଅମ, ପାନୀୟ ଜଳ ଯୋଗାଣ ସୁବିଧା,ଆଦିବାସୀ ମାନଙ୍କୁ ଜନସଂଖ୍ୟା ଆଧାର ରେ ଆବାସ ଯୋଜନାରେ ସଂରକ୍ଷଣ କରି ଆବାସ ପ୍ରଦାନ, ଆଦିବାସୀ ଗାଁ ମାନଙ୍କୁ ଅଗ୍ରାଧିକାର ଭିତ୍ତି ରେ ଇଣ୍ଟରନେଟ ସଂଯୋଗ କରିବା, ଆଦିବାସୀ ଉପ ଯୋଜନା କାର୍ଯ୍ୟକାରି କରିବା, କେବିକେ ଯୋଜନା ରେ ବଜେଟ ବ୍ୟବସ୍ଥା କରିବା, ଆଦିବାସୀ ଗାଁ କୁ ସଡ଼କ ବିଜୁଳି ପାଣି ବ୍ୟବସ୍ଥା, ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ, ଆଦିବାସୀ ମାନଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ନିଯୁକ୍ତି ସୁଯୋଗ, ଆଦିବାସୀ ମହିଳା ମାନଙ୍କୁ ମିଶନ ଶକ୍ତି ସହିତ ଆଦିବାସୀ ସମବାୟ ନିଗମ ରୁ ଋଣ ପ୍ରଦାନ, ଆଦିବାସୀ ସଂସ୍କୃତି ସୁରକ୍ଷା ସହିତ ଧାର୍ମିକ ପୀଠ ଏବଂ ପର୍ଯ୍ୟଟନ ସ୍ଥଳୀ ର ସୌନ୍ଦର୍ଯ୍ୟ କରଣ ଓ ଉନ୍ନତିକରଣ ପାଇଁ ପାଣ୍ଠି ପ୍ରଦାନ, ପୁରୀ ଭୁବନେଶ୍ୱର ରେ ଆଦିବାସୀ ଭବନ ତଥା କଲ୍ୟାଣ ମଣ୍ଡପ ନିର୍ମାଣ, ନକଲି ଆଦିବାସୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଏଟ୍ରୋସିଟି କେଶ ରେ ପୀଡିତା ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପ୍ରଭୃତି ଦାବିରେ ଜ଼ିଲ୍ଲା ବ୍ୟାପି ସାଙ୍ଗଠନିକ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିଷ୍ପତ୍ତି କରାଯାଇଥିଲା.

ବୈଠକ ରେ ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ଉପ ସଭାପତି ଯୋଗେନ୍ଦ୍ର ଭୋଇ, ସଂଘ ର ଅସ୍ଥାୟୀ ସଭାପତି ଶ୍ୟାମ ସୁନ୍ଦର ଭୋଇ, ବରିଷ୍ଠ ଉପ ସଭାପତି ବିଶି କେସନ ଯାନୀ,ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ବ୍ଲକ ସଭାପତି ବଳଦେବ ଭୋଇ,ନିମାଇଁ ଝlଙ୍କର, ସନ୍ତୋଷ ପୁଟା, ପଦ୍ମନ ପ୍ରଧାନୀ, ଶରତ ଚନ୍ଦ୍ର ସିଂ ଭୋଇ, ପାଲା ଭୋଇ, ବନଳତା ମାଝୀ, ନିରଞ୍ଜନ ମାଝୀ, ସାରଥୀ ବାଗ, ସୁରଥ ଧରୁଆ, ଡୁଙ୍ଗୁରିପାଲି ସଭାପତି ଶ୍ୟାମ ଭୋଇ, କପୁର୍ଚନ ଭୋଇ,ସୁନୀଲ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published.