ଆନନ୍ଦମାର୍ଗ ଦ୍ୱାରା ଯୋଗାସନ ଓ ସାଧନା ଶିବିର ଅନୁଷ୍ଠିତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଅନ୍ତରା ନିକଟସ୍ଥ କନ୍ଦଡ଼ା ଆନନ୍ଦମାର୍ଗ ବିଦ୍ୟାଳୟରେ ଆନନ୍ଦମାର୍ଗ ସଂସ୍ଥା ଆନୁକୂଲ୍ୟରେ ଏକ ତ୍ରିଦିବସୀୟ ଯୋଗାସନ ଓ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି । ଯାହା ମାର୍ଚ୍ଚ ୪, ୫ ଓ ୬ ତାରିଖ ପର୍ୟ୍ୟନ୍ତ ୩ଦିନ ବ୍ୟାପି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଥିବାବେଳେ ଏହି ଶିବିରକୁ ବିଶ୍ଵ ଆଧ୍ୟାତ୍ମିକ ଓ ସମାଜସେବା ସଂଗଠନ ଆନନ୍ଦମାର୍ଗର ବରିଷ୍ଠ ସନ୍ନ୍ୟାସୀ ତଥା ଆନ୍ତର୍ଜାତିକ ଯୋଗ ପ୍ରଶିକ୍ଷକ ଆଚାର୍ୟ୍ୟ ପ୍ରିୟକୃଷ୍ନାନନ୍ଦ ଅବଧୂତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବରେ ଆଚାର୍ୟ୍ୟ ମହାଦେବାନନ୍ଦ ଅବଧୂତ, ଆଚର୍ୟ୍ୟ ମୁକ୍ତିଚେତସାନନ୍ଦ ଅବଧୂତ, ଆଚାର୍ୟ୍ୟ ବିଶେଶ୍ଵରାନନ୍ଦ ଅବଧୂତ, ଅବଧୂତିକା ଆନନ୍ଦରତ୍ନାଧୀଶା ଆଚାର୍ୟ୍ୟ, ଅବଧୂତିକା ଆନନ୍ଦ ରୂପଲିନା ଆଚାର୍ୟ୍ୟ, ବରିଷ୍ଠ ପ୍ରାଉଟିଷ୍ଟ ଡା. ଭାସ୍କର ଚନ୍ଦ୍ର ଜେନା, ଭଦ୍ରକର ଭୁକ୍ତିପ୍ରଧାନ ଜଗନ୍ନାଥ ରାୟ, ବରିଷ୍ଟମାର୍ଗୀ ଚନ୍ଦ୍ରଗୁପ୍ତ ଲେଙ୍କା, ପ୍ରାଉଟର ପ୍ରବକ୍ତା ପିତାମ୍ବର ଭୂୟାଁ, କନ୍ଦଡ଼ା ୟୁନିଟ୍‌ର ସଂପାଦକ ଗୋପବନ୍ଧୁ କୁଅଁର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରି ଗାହାଣ, ସଂଯୋଜକ ରଞ୍ଜୟ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିଥିଲେ । ମାନବ ସମାଜ ଆଜି ଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ଅନେକ ଉତ୍କର୍ଷ ସାଧାନ କରିଥିଲେ ସୁଦ୍ଧା ପ୍ରକୃତ ଜୀବନ ଆଦର୍ଶ ଅଭାବରେ ମଣିଷ ଆଜି ଦିଗଭ୍ରାନ୍ତ । ନୈତିକ ମୂଲ୍ୟବୋଧର ଚରମ ଅବକ୍ଷୟ, ପ୍ରକୃତ ନବ୍ୟମାନବିତାବାଦୀ ଶିକ୍ଷା ତଥା ଆଧାତ୍ମିକ ଦୃଷ୍ଟିକୋଣର ଅଭାବରୁ ମଣିଷ ଆଜି ସଭ୍ୟତାର ଘଡିସନ୍ଧି ମୁହୂର୍ତ୍ତରେ ଗତିକରୁଛି । ଶ୍ରେଷ୍ଠଜୀବ ମଣିଷ ନିଜ ନିଜ ମଧ୍ୟରେ ଲଢେଇ କରି ଧ୍ବଂସର ଦ୍ୱାରଦେଶରେ ଆଜି ଦଣ୍ଡାୟମାନ । ଆନନ୍ଦମାର୍ଗ ନିର୍ଦ୍ଦେଶିତ ସଂପୂର୍ଣ୍ଣ ପୂର୍ଣ୍ଣାଙ୍ଗ ଜୀବନ ଆଦର୍ଶ ହିଁ ମଣିଷ ସମାଜକୁ ଏହି ଚରମ ସଙ୍କଟରୁ ଉଦ୍ଧାର କରି ଏକ ସୁସ୍ଥ ତଥା ସୁନ୍ଦର ମହାବିଶ୍ୱ ଗଠନ କରିପାରିବ ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଯୋଗଦେଇଥିବା ଆନନ୍ଦମାର୍ଗର ସାଧକ ଓ ସାଧିକାମାନଙ୍କର ଏହି ଶିବିରଟିକୁ ସୁଧାକର ଗାହାଣ, କମଳାକାନ୍ତ ମହାପାତ୍ର, ଚିନ୍ମୟ ମହାନ୍ତି, ପ୍ରମୋଦ କୁମାର ଦାସ, ରାଜେଶ କର, ରମେଶ ସାହୁ, ହରେନ୍ଦ୍ର ମହାନ୍ତି, ସରସ୍ୱତୀ ଦେବୀ,ବିଜୟ କୁମାର ବେହେରା, ସିପୁନ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ଏବଂ ଶିକ୍ଷକ ସନାତନ ବେହେରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.