ପୋଲିସ ନିଷ୍କ୍ରିୟତା ଅଭିଯୋଗରେ ଯୋରନ୍ଦା ଫାଣ୍ଡି ଘେରାଉ ଚେତାବନୀ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଗତ ଶନିବାର ରାତିରେ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମେଡିକାଲ ଛକରେ ଥିବା ସାହୁ ଭେରାଇଟି ଷ୍ଟୋରରେ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂର୍ଣ୍ଣ ରୂପେ ପୋଡ଼ି ଯାଇଛି । ଏହାସହ ଉକ୍ତ ତେଜେରାତି ଦୋକାନରେ ତିରିଶି ଲକ୍ଷରୁ ଅଧିକ ଟଙ୍କାର ଜିନିଷ ସହ ଦୋକାନରେ ଥିବା ନଗଦ ଚାରିଲକ୍ଷ ଏଗାର ହଜାର ଟଙ୍କା ପୋଡି ପାଉଁଶ ହୋଇ ଯାଇଥିଲା । ଏଥିପାଇଁ ଦୋକାନର ମାଲିକ ନାରାୟଣ ସାହୁ ଏବଂ ତାଙ୍କ ପରିବାର ସଦସ୍ୟ ଯୋରନ୍ଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥଲେ, କିନ୍ତୁ ଏହାଭିତରେ ୩ ଦିନ ବିତି ଯାଇଥିଲେ ମଧ୍ୟ ଯୋରନ୍ଦା ଫାଣ୍ଡି ପକ୍ଷରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାର ଅଭିଯୋଗ ହୋଇଛି ।

ସେଥିପାଇଁ ଆଜି ଯୋରନ୍ଦା ବାଣିଜ୍ୟ ସଂଘ ପକ୍ଷରୁ ଯୋରନ୍ଦା ଫାଣ୍ଡିରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦୁଇରୁ ତିନିଦିନ ମଧ୍ୟରେ ଅଭିଯୁକ୍ତକୁ ଖୋଜି ବାହାର କରିବା ସହ ଅଭିଯୁକ୍ତଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ଯଦି ଆଗାମୀ ଦିନରେ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଯୋରନ୍ଦା ଫାଣ୍ଡି ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ବାଣିଜ୍ୟ ସଂଘ ତରଫରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published.