ଡମ୍ଫର ଧକ୍କାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଖଇରା ,(ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧିନ ସୋର-କୁପାରୀ ରାସ୍ତାର କଲରାପାଳ ଛକ ନିକଟରେ ଡମ୍ଫର ଧକ୍କାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଆଜି ଖଇରାରୁ ସୋର ଅଭିମୁଖେ ଏକ ଡମ୍ଫର ଯାଉଥିବା ସମୟରେ ସୋରରୁ ଖଇରା ଅଭିମୁଖେ ବୁଲେଟ ନେଇ ଅସୁଥିବା ଯୁବକଙ୍କ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଫଳରେ ଯୁବକ ଜଣକ ରାସ୍ତାରେ ଛିଟିକି ପଡିଥିବା ସହିତ ଡମ୍ଫରଟି ଭାରଶ୍ୟାମ ହରାଇ ନଈଯୋଡିକୁ ଖସି ପଡ଼ିଥିଲା।ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଖଇରା ପୋଲିସକୁ ଖବର ଦେଇଥିଲେ।ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଯୁବକଙ୍କୁ ଖଇରା ମେଡିକାଲକୁ ଆଣିଥିଲେ।ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଯୁବକ ହେଲେ ଖଇରା ଥାନା ଅଧିନ ପୁରୁଷୋତ୍ତମପୁର ଗ୍ରାମର ସଞ୍ଜୟ କୁମାର ସାହୁ।ସେ ଖଇରା ବଜାରରେ ଏକ ମୋବାଇଲ ଦୋକାନ କରିଥିଲେ। ଖଇରା ପୋଲିସ ଡମ୍ଫର ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ଯୁବ ବ୍ୟବସାୟୀଙ୍କ ମୃତ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.