ରେଭେନ୍ସା ଜୁନିୟର ମହାବିଦ୍ୟାଳୟରେ ଯୁବ ରେଡ କ୍ରସ ପ୍ରଶିକ୍ଷଣ ଉଦଘାଟିତ

କଟକ, (ନାଗରାଜ ନ୍ୟୁଜ): ରେଭେନ୍ସା ଜୁନିୟର ମହାବିଦ୍ୟାଳୟ ପକ୍ଷରୁ ଆଜି ଠାରୁ ମହାବିଦ୍ୟାଳୟ ପରିସରରେ ୩ ଦିନିଆ କ୍ଲଷ୍ଟର୍ ସ୍ତରୀୟ ଯୁବ ରେଡ୍ କ୍ରସ ବାହିନୀଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ ଶିବିରରେ କଟକ ସହରର ୫ ଟି ଜୁନିୟର କଲେଜ ଛାତ୍ର ଛାତ୍ରୀମାନେ ଯୋଗ ଦେଇଛନ୍ତି । ଛାତ୍ର ଛାତ୍ରୀମାନଙ୍କୁ ଆକସ୍ମିକ ଦୁର୍ଘଟଣା ସମୟରେ ଉଦ୍ଧାର କରାଯାଇ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ରେଭେନ୍ସା ଜୁନିଅର କଲେଜର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରି କହିଥିଲେଯେ, ରେଡ କ୍ରସ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଛାତ୍ର ଛାତ୍ରୀ ମାନେ ନିଷ୍ଠାପର ଭାବରେ ଏ ଗୁରୁଦାଇତ୍ଵ ଓ କର୍ତ୍ତବ୍ୟ ସୁଚାରୁରୂପେ ତୁଲାଇବା ଦରକାର । କୋଭିଡ କଟକଣା ମଧ୍ୟରେ ୫ଟି କଲେଜର ୨୫ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଛନ୍ତି । ପ୍ରାରମ୍ଭରେ ରେଡ କ୍ରସର ପାତ୍ତାକା ଉତ୍ତୋଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ତରୀୟ, ଫାଷ୍ଟ ଏଡ ଟ୍ରେନର ଡାକ୍ତର ବିକାଶ ପ୍ରସାଦ, ଜିଲ୍ଲା ସଂଯୋଜକ ଅକ୍ଷୟ କୁମାର ମହାନ୍ତି, କଲେଜର ରେଡ କ୍ରଶ କାଉନସିଲର ଡା. ରିତା ରାୟ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

Leave a Reply

Your email address will not be published.