ଅଭୟ ମହାନ୍ତିଙ୍କ ବିୟୋଗରେ ଶୋକସଭା ପାଳିଲା ଯୁବକ ସଙ୍ଘ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅଭୟ ମହାନ୍ତିଙ୍କର ସଡକ ଦୁର୍ଘଟଣାରେ ଗତ ୧୪ ତାରିଖରେ ମୃତ୍ୟୁ ହୋଇଥିଲା । ସେହି ଉପଲକ୍ଷେ ଗୋବିନ୍ଦପୁର ପଞ୍ଚାୟତ ନରମା ଗ୍ରାମର ଗତ ୨୦୧୨ ମସିହାରେ ପ୍ରତିଷ୍ଠା ହୋଇଥିବା ମହାସଂଗ୍ରାମ ଯୁବକ ସଙ୍ଘ ତରଫରୁ ସଙ୍ଘ କାର୍ଯ୍ଯାଳୟ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସମ୍ପାଦକ ବନମାଳୀ ସେଠୀ, ସଭାପତି ଗୟାଧର ସେଠୀଙ୍କ ସମେତ ସଭ୍ୟ କମଳାକାନ୍ତ ମହାକୁଡ଼, ଭଗବାନ କର,ଶିବ ସିଂ, ଅରୁଣ କୁମାର ରାଉତ ଏବଂ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ । ପ୍ରକାଶ ଥାଉକି ସ୍ବର୍ଗତ ମହାନ୍ତି ଜଣେ ସମାଜସେବୀ, ବିଶିଷ୍ଟ ରାଜନୈତିକ, ପରୋପକାରୀ, ମିଷ୍ଟଭାଷୀ, ମେଳାପୀ, ସରଳ, ସଚ୍ଚୋଟ, ନିଷ୍କପଟ ଏବଂ ଅନ୍ଯାୟ ବିରୋଧରେ ସଂଗ୍ରାମ କରୁଥିବା ଜଣେ ମହା ସଂଗ୍ରାମୀ ବ୍ଯକ୍ତି ଥିଲେ । ଅନ୍ଯାୟ ବିରୋଧରେ ଲଢେଇକରି ଲୋକଙ୍କୁ ନ୍ଯାୟ ଦେବା ଥିଲା ତାଙ୍କର ଦୈନନ୍ଦିନର କର୍ମ । ସେଥିପାଇଁ ସମ୍ପୃକ୍ତ ଅଞ୍ଚଳରେ ତାଙ୍କର ସୁନାମ ମଧ୍ୟ ଥିଲା । ସେ ଆଜି ଚାଲିଗଲେ ସତ କିନ୍ତୁ ଅଞ୍ଚଳବାସୀଙ୍କ ହୃଦୟରେ ରହିଗଲା ତାଙ୍କର ଭଲ ପାଇବା ।

Leave a Reply

Your email address will not be published.