ବୋମା ଶେଲ୍ଟରରେ ଜୀବନ ବିତାଉଛନ୍ତି ୟୁକ୍ରେନର ନବଜାତ ଶିଶୁ, ଫଟୋ ସେୟାର କଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ, (ନାଗରାଜ ନ୍ୟୁଜ): ୟୁକ୍ରେନ ଏବଂ ଋଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ୟୁକ୍ରେନକୁ ୩ ପଟୁ ଘେରି ରହିଛନ୍ତି ଋଷ ସୈନ୍ୟ । ୟୁକ୍ରେନର ଗୋଟିଏ ଗୋଟିଏ ସହରକୁ କବଜା କରି ଚାଲିଛି ଋଷ । ୟୁକ୍ରେନ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁଛି । ଅନ୍ୟପଟେ ଆତ୍ମସମର୍ପଣ ପାଇଁ ମନା କରିଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି । ଏହାକୁ ନେଇ ଚାରିଆଡେ଼ ଅଶାନ୍ତିକର ପରିବେଶ । ଯୁଦ୍ଧର ପ୍ରଭାବ ଏବେ ନବଜାତ ଶିଶୁଙ୍କ ଉପରେ ପଡିଛି । ଯେଉଁ ନବଜାତ ଶିଶୁ ହସ୍ପିଟାଲରେ ରହିବା କଥା କିନ୍ତୁ ସେମାନେ ଏବେ ବୋମା ଶେଲ୍ଟର ଭିତରେ ଜୀବନ ଏବଂ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ଯାହାର ଫଟୋ ଅଭିନେତ୍ରୀ ପ୍ରୀୟଙ୍କା ଚୋପ୍ରା ସେୟାର କରିଛନ୍ତି । ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ୟୁକ୍ରେନବାସୀ କିଭଳି ବୋମା କିଭଳି ବୋମା ଶେଲ୍ଟର ଭିତରେ ଜୀବନ ବିତାଉଛନ୍ତି ତା’ର ଭୟଙ୍କର ଫଟୋ ସେୟାର କରି ପ୍ରିୟଙ୍କା ନିଜ ଭାବନା ବ୍ୟକ୍ତ କରିଛନ୍ତି । ୟୁକ୍ରେନର ଏକ ନବଜାତ ଶିଶୁମାନଙ୍କୁ ବୋମା ଶେଲ୍ଟର ଭିତରକୁ ସିଫ୍ଟ କରାଯାଇଛି । ଯେଉଁଥିରେ ବୋମା ଶେଲ୍ଟର ଭିତରେ ନବଜାତ ଶିଶୁମାନଙ୍କୁ ୟୁକ୍ରେନର ଏକ ହସ୍ପିଟାଲର ନର୍ସ ଚିକିତ୍ସା କରୁଥିବାର ନଜର ଆସିଛନ୍ତି । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କିଭଳି ସମସ୍ତକୁ ପ୍ରଭାବିତ କରୁଛି ।

 

Leave a Reply

Your email address will not be published.