ବିବାଦୀୟ ବୟାନ ଦେଇ ଫସିଲେ ଶ୍ୱେତା ତିୱାରୀ, ମାମଲା ରୁଜ୍ଜୁ କଲା ଭୋପାଳ ପୁଲିସ

ମୁମ୍ବାଇ: ବିବାଦୀୟ ବୟାନ ଦେଇ ଫସିଲେ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ । ତାଙ୍କ ନାମରେ ଭୋପାଳ ପୋଲିସ ଏକ ମାମଲା ରୁଜ୍ଜୁ କରିଛି । ସୂଚନା ଅନୁସାରେ ୱେବ୍ ସିରିଜ୍ ସୁଟିଂ ପୂର୍ବରୁ ଭୋପାଳରେ ଆୟୋଜିତ ଏକ ଇଭେଣ୍ଟରେ ନିଜର ବ୍ରା ସାଇଜ୍ ଏବଂ ଭଗବାନଙ୍କୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏନେଇ ଭୋପାଳର ଶ୍ୟାମାଲା ହିଲ୍ସ ପୁଲିସ ଷ୍ଟେସନରେ ଶ୍ୱେତା ତିୱାରୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଶ୍ୱେତା ଏପରି ବିବୃତ୍ତି ଦେଇ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି ।

ଶ୍ୱେତାଙ୍କ ଏହି ବିବୃତ୍ତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜର ଶ୍ୱେତାଙ୍କ ବିବୃତ୍ତିକୁ ନିନ୍ଦା କରୁଛନ୍ତି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡା. ନରୋତ୍ତମ ମିଶ୍ରା ମଧ୍ୟ ଶ୍ୱେତାଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି । ସେ ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ କହିଥିଲେ ।

Leave a Reply

Your email address will not be published.