ଫିଲ୍କ ‘ପୋନିୟନ୍ ସେଲବନ’ର ରିଲିଜ ଡେଟ୍ ଘୋଷଣା

ମୁମ୍ବାଇ,(ନାଗରାଜ ନ୍ୟୁଜ): ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଲିଉଡର ବଡ ପରଦାରୁ ଦୂରେଇ ରହିଥିଲେ । ଶେଷଥର ପାଇଁ ତାଙ୍କୁ ୨୦୧୮ରେ ଫନେ ଖାଁ ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଏକ ବଡ ବଜେଟ୍ ପ୍ରୋଜେକ୍ଟ ସହ ସିଲଭର ସ୍କ୍ରିନ୍‌କୁ ଫେରିଛନ୍ତି । ସେ ମଣି ରତ୍ନାମଙ୍କ ‘ପୋନିୟନ୍ ସେଲବନ’ରେ ନଜର ଆସିବେ । ଏହି ବିଗ୍‌ ବଜେଟ୍‌ ଫିଲ୍ମ ବିଷୟରେ ଅନେକ ଆଲୋଚନା ହୋଇଥିଲା । ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ ଫିଲ୍ମରେ ତାଙ୍କ ଲୁକ୍‌ ଦେଖିବା ପାଇଁ ଖୁବ୍‌ ଆଗ୍ରହୀ ଥିଲେ । ହେଲେ ବର୍ତ୍ତମାନ ସେମାନଙ୍କର ଅପେକ୍ଷା ଶେଷ ହୋଇଛି। ଫିଲ୍ମର ପ୍ରଥମ ଲୁକ୍‌ ସହ ରିଲିଜ୍ ଡେଟ୍‌ ମଧ୍ୟ ଘୋଷଣା କରାଯାଇଛି ।

ଗତ ବର୍ଷ ନିର୍ମାତାମାନେ ଫିଲ୍ମର ପୋଷ୍ଟର ବିଷୟରେ ଘୋଷଣା କରିଥିଲେ । ଏହି ବିଗ୍‌ ବଜେଟ୍‌ ଐତିହାସିକ କାହାଣିଟି ୩୦ ସେପ୍ଟେମ୍ବରରେ ରିଲିଜ୍‌ ହେବ । କେବଳ ଏତିକି ହି ନୁହେଁ .. ଏହା ତାଲିମ୍‌, ମାଲାୟାଲମ୍‌, ତେଲୁଗୁ, କନ୍ନଡ ଓ ହିନ୍ଦୀରେ ରିଲିଜ୍‌ କରାଯିବ । ହେଲେ ଏବେ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କ ଫାଷ୍ଟ ଲୁକ୍‌ ରିଭଲ୍‌ କରାଯାଇଛି । ଯେଉଁଥିରେ ଐଶ୍ୱର୍ଯ୍ୟା ରାଣୀ ପରି ଦେଖାଯାଉଛନ୍ତି । ମଥାରେ ବଡ ଟିକିଲି, କାନରେ ଝୁମୁକା, ବେକରେ ରାଣୀ ହାର ପକାଇ ଦମଦାର ଭୂମିକାରେ ନଜର ଆସୁଛନ୍ତି । ତେବେ ଭେଟେରାନ୍ ନିର୍ଦ୍ଦେଶକ ମଣିରତ୍ନାମ୍ ନିର୍ଦ୍ଦେଶିତ ଫିଲ୍ମ ‘ପୋନିୟନ୍ ସେଲବନ୍ -୧’ ଦୁଇଟି ଭାଗରେ ନିର୍ମିତ ହେବ । ପ୍ରଥମ ଭାଗ ଚଳିତ ବର୍ଷ ରିଲିଜ୍‌ ହେବ ଏବଂ ଦିତ୍ବୀୟ ଭାଗ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୩ରେ ମୁକ୍ତିଲାଭ କରିବ । କୁହାଯାଉଛି କି ଫିଲ୍ମଟି ନିର୍ମାଣ ହେବା ପାଇଁ ୫୦୦ କୋଟି ବଜେଟ୍‌ ଖର୍ଚ୍ଚ ହୋଇଛି । ଏହି ଫିଲ୍ମଟି ଶୁଟିଂ ସାଉଥରେ କରାଯାଇଛି । ଫିଲ୍ମଟି ପିରିୟଡ୍‌ ଡ୍ରାମା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି କଲକିଙ୍କ କ୍ଲାସିକ୍ ତାମିଲ୍ ଉପନ୍ୟାସ ‘ପୋନିୟନ୍ ସେଲବନ୍’ ଉପରେ ଆଧାରିତ । କଲକି ଏହି ଉପନ୍ୟାସ ୧୯୯୫ରେ ଲେଖିଥିଲେ । ଏହି ଫିଲ୍ମଟି ଲାଇକା ପ୍ରଡକ୍ସନ୍ସ ଏବଂ ମାଡ୍ରାସ ଟକିଜ୍ ମଶିକି ପ୍ରଡ୍ୟୁସ କରୁଛନ୍ତି ।

Leave a Reply

Your email address will not be published.