ବଡ଼ ପରଦାରେ ମୁକ୍ତିଲାଭ କରିବ ସଲମାନଙ୍କ ହିଟ୍ ଫିଲ୍କ ‘ନୋ ଏଣ୍ଟ୍ରି’ର ସିକ୍ୱେଲ

ମୁମ୍ବାଇ, (ନାଗରାଜ ନ୍ୟୁଜ): ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ପ୍ରାୟ ସବୁ ପିଲ୍ମ ସୁପରହିଟ୍ ହୁଏ । ଦର୍ଶକ ମଧ୍ୟ ତାଙ୍କ ଫିଲ୍ମକୁ ଅପେକ୍ଷା କରିଥାନ୍ତି । କେବଳ ସଲମାନଙ୍କ ନାଁ ଶୁଣିଲେ ଫିଲ୍କର କ୍ରେଜ ବଢ଼ିଯାଏ । ତେବେ ଖୁବ୍ ଶୀଘ୍ର ହଲକୁ ଆସିବ ଭାଇଜାନ ସଲମାନ ଖାନଙ୍କ ହିଟ ସିନେମା ‘ନୋ ଏଣ୍ଟ୍ରି’ର ସିକ୍ୱେଲ । ୨୦୦୫ରେ ସାରା ବଲିଉଡ ଇଣ୍ଡଷ୍ଟ୍ରିରେ ଧମାଲ କରିଥିଲା ସଲମାନ-ଅନିଲ କପୁରଙ୍କ ଏହି ଜବରଦସ୍ତ ଯୋଡ଼ି । ତେବେ ଏହି କମେଡି ସିନେମାର ସିକ୍ୱେଲ କରିବାକୁ ଯାଉଛନ୍ତି ପ୍ରଯୋଜକ ବୋନି କପୁର । ଅନୀଷ ବଜମୀ ଏହାର ସିକ୍ୱେଲରେ ମଧ୍ୟ ନିଦେ୍ର୍ଧଶନା ଦେବେ । କିନ୍ତୁ ଏହି ଫିଲ୍କ ନିର୍ମାଣ କରିବା ପାଇଁ ପ୍ରଯୋଜକ ବୋନି କପୁର ଏକ ସର୍ତ୍ତ ରଖିଥିଲେ । ଯାହା ପୂରଣ ହେବା ପରେ ଏବେ ସେ ଫିଲ୍ମ ପ୍ରଯୋଜନା ପାଇଁ ପ୍ରସ୍ତୁତ ହୋଇଛନ୍ତି । ତେବେ ସେହି ସର୍ତ୍ତ ସଲମାନ ଖାନଙ୍କୁ ନେଇ ରହିଥିଲା । ଯାହାକୁ ନେଇ ସଲମାନ କୌଣସି ସ୍ପଷ୍ଟ କରିନଥିବାରୁ ଯୋଜନା ଆଗକୁ ବଢ଼ିପାରିନଥିଲା । ସଲମାନ ତାଙ୍କ ଜନ୍ମଦିନ ଅବସରରେ ‘ନୋ ଏଣ୍ଟ୍ରି’ର ସିକ୍ୱେଲ କରିବା ପାଇଁ ଘୋଷଣା କରିଥିଲେ । ସିକ୍ୱେଲ କରିବା ପାଇଁ ଘୋଷଣା କରିଥିଲେ ଦବଙ୍ଗ ଖାନ । ତେବେ ପ୍ରଥମ ଫିଲ୍କ ଠାରୁ ଏହାର ସିକ୍ୱେଲ ଅଧିକ ଲୋକପ୍ରୀୟ ହେବ ବୋଲି ଦାବି କରିଛନ୍ତି ପ୍ରଯୋଜକ ବୋନି କପୁର ।

Leave a Reply

Your email address will not be published.