୨୭ରୁ ‘ତୁ ସେଇ ନୀଳନୟନା’ର ସୁଟିଂ ଆରମ୍ଭ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ମୁନ ଟିଭି ପକ୍ଷରୁ ଘୋଷିତ ଦଶଟି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳାନୟନା’ର ସୁଟିଂ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ । ଏନେଇ ଏକ ହୋଟେଲ ଠାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି । ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ । ନିର୍ଦେଶନା ଦେଇଛନ୍ତି ତ୍ରିପତି ସାହୁ । ପ୍ରେମଆନନ୍ଦ ସଂଗୀତ ନିର୍ଦେଶନା ଦେଇଥିବାବେଳେ ସଂଳାପ ଲେଖିଛନ୍ତି ରଜନୀ ରଞ୍ଜନ ।

ଚଳଚ୍ଚିତ୍ରର ମୁଖ୍ୟ ତଥା ନାୟକ ଓ ନାୟିକାଭାବେ ସମ୍ବିତ ଓ ଲିପିକା ଅଭିନୟ କରିଛନ୍ତି । ସେହିପରି ‘ଲଭ ଇମପସିବୁଲ’ ନୂଆ ଚଳଚ୍ଚିତ୍ରର ନାଁ ଘୋଷଣା କରାଯାଇଥିଲା । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ନବଗତ ରୋହନ ଓ ପୁନମ । ନିର୍ଦେଶନା ଭାର ଗ୍ରହଣ କରିଛନ୍ତି ତ୍ରିପତି ସାହୁ । ତେବେ ଚରିତ୍ର ନିର୍ଦେଶନା(କାଷ୍ଟିଂ ଡାଇରେକ୍ଟର) ଭାର ମୁନା ନେଇଥିବା ବେଳେ କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ ପରିଚାଳନାରେ ଅଛନ୍ତି ।

Leave a Reply

Your email address will not be published.