ଆଜି ହେଉଛି ବନ୍ଧୁତା ଦିବସ

ଭୁବନେଶ୍ୱର: ଆଜି ହେଉଛି‌ ବନ୍ଧୁତା ଦିବସ । ଏହି ଦିବସରେ ପୁରୁଣା ବନ୍ଧୁମାନଙ୍କ ସହିତ ନୂଆ ବନ୍ଧୁ ମାନଙ୍କୁବି ଅଭିନନ୍ଦନ ବାର୍ତ୍ତା ଦିଆଯାଏ । ବହୁ ସାଙ୍ଗ ସାଥି ଏହି ଦିନକୁ ବଡ ଆଡମ୍ବର ସହ ପାଳନ କରିଥାନ୍ତି । ସ୍କୁଲ କଲେଜରୁ ଆରମ୍ଭ କରି ପାର୍କ ମଲ ଆଦିରେ ବନ୍ଧୁମାନଙ୍କ ଭିଡ଼ ଜମିଥାଏ । କିଏ ଉପହାର ଦେଇ ବନ୍ଧୁତାର ପୁରୁଣା ସ୍ମୃତିକୁ ମନେ ପକାଇଥାଏ ତ ଆଉ କିଏ ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ ବାନ୍ଧି ଶୁଭେଚ୍ଛା ଜଣାଇଥାନ୍ତି । ପୁଣି କିଏ କେକ୍‌ କାଟି ବନ୍ଧୁତା ଦିବସକୁ ଧୁମ୍‌ଧାମରେ ପାଳନ କରିଥାଏ । ହେଲେ ମହାମାରୀ କରୋନା ବନ୍ଧୁତାର ସମ୍ପର୍କ ମଧ୍ୟରେ ଏକ ସୀମାରେଖା ଟାଣି ଦେଇଛି । ଦୁଇ ବର୍ଷ ହେଲା ବନ୍ଧୁମାନଙ୍କୁ ଏକାଠି କରାଇ ଦେଉନି । ତଥାପି ପ୍ରକୃତ ବନ୍ଧୁତାକୁ ମାଟିରେ ମିଶାଇପାରିନି ।

ଆଜି ହେଉଛି ସେହି ବନ୍ଧୁତା ଦିବସ । ଯେଉଁ ଦିବସରେ ରାଗ ଅଭିମାନଙ୍କୁ ଭୂଲି ବନ୍ଧୁ ବନ୍ଧୁ ହାତ ମିଶାଇଥାଏ । ବନ୍ଧୁତା ରକ୍ତର ସମ୍ପର୍କକୁ ବି ପଛରେ ପକେଇ ଦିଏ । ପରିବାରର ମୋହମାୟାଠୁ ଢେର ଉପରେ ଏ ସମ୍ପର୍କ । କେଉଁଠି ତ୍ୟାଗର ଉଦାହରଣ ପାଲଟିଛି ତ ଆଉ କେଉଁଠି ସଫଳତାର ପରିଭାଷା ସାଜିଛି ବନ୍ଧୁତା ।

Leave a Reply

Your email address will not be published.