ଆଜି ହେଉଛି ଗଣେଷ ଚତୁର୍ଥୀ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ହେଉଛି ଗଣେଷ ଚତୁର୍ଥୀ । ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଷ ଚତୁର୍ଥୀ ବୋଲି ଧରାଯାଏ । କୁହାଯାଏଯେ, ଏହି ଦିନରେ ଭଗବାନ ଗଶେଷଙ୍କ ଜନ୍ମ ହୋଇଥିଲା । ଧର୍ମଶାସ୍ତ୍ର ଅନୁସାରେ ଭଗବାନ ଗଶେଷଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ସୋମବାର ଦିନ ମଧ୍ୟାହ୍ନ କାଳରେ ସ୍ୱାତି ନକ୍ଷତ୍ର ଏବଂ ସିଂହ ଲଗ୍ନରେ ହୋଇଥିଲା। ଏହି କାରଣରୁ ଭଗବାନ ଗଣେଶଙ୍କ ପୂଜା ମଧ୍ୟାହ୍ନ କାଳରେ କରାଯାଇଥାଏ । ଏହି ସମୟକୁ ବହୁତ ଶୁଭ ବୋଲି ଧରାଯାଏ । ଏଥର ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୧୦ରେ ପଡୁଛି ।

 

ଧର୍ମଶାସ୍ତ୍ର ଅନୁସାରେ ଭଗବାନ ଗଣେଶ ବିଦ୍ୟା-ବୁଦ୍ଧି ଦାତା ଏବଂ ବିଘ୍ନ ବିନାଶକ ଓ ମଙ୍ଗଳକାରୀ ମଧ୍ୟ। ସେହିଭଳି ପ୍ରତିମାସ କ୍ରୁଷ୍ଣପକ୍ଷ ଚତୁର୍ଥୀରେ ସଂକଷ୍ଟୀ ଗଣେଶ ଚତୁର୍ଥୀ ବ୍ରତ କରାଯାଏ । କିନ୍ତୁ ଭାଦ୍ରବ ମାସରେ ଗଣେଶ ଚତୁର୍ଥୀ ବ୍ରତକୁ ସବୁଠାରୁ ଉତ୍ତମ ବୋଲି ଧରାଯାଏ । ଏହି ପର୍ବ ଗଣେଶ ଉତ୍ସବ ରୂପେ ପାଳନ କରାଯାଏ । ଅନନ୍ତ ଚତୁର୍ଦ୍ଦଶୀ ଦିନ ଏହି ପର୍ବ ସମାପ୍ତ ହୋଇଯାଇଥାଏ । ଅର୍ଥାତ ଏହି ଦିନ ଗଣେଶ ପ୍ରତିମାଙ୍କୁ ବିସର୍ଜନ କରିଦିଆଯାଇଥାଏ ।

Leave a Reply

Your email address will not be published.