ବାଇକ ଦୁର୍ଘଟଣାର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହେଲେ ଟଲିଉଡ ଅଭିନେତା ସାଇ ଧରମ ତେଜ

ନୂଆଦିଲ୍ଲୀ, (ନାଗରାଜ ନୁ୍ୟଜ): ବାଇକ ଦୁର୍ଘଟଣାର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଟଲିଉଡ ଅଭିନେତା ସାଇ ଧରମ ତେଜ । ସେ ଗତ କାଲିରାତିରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଘଟଣା ଦୁର୍ଗମଚେରୁଭ କେବୁଲ ବ୍ରିଜ ନିକଟରେ ଘଟିଛି।

ସୂଚନା ଅନୁଯାୟୀ, ସାଇ ଏକ ସ୍ପୋର୍ଟସ ବାଇକରେ ଯାଉଥିଲେ ଏବଂ କାଦୁଅ ଯୋଗୁଁ ସେ ଖସିପଡି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଟିମ୍ ଏକ ବିବୃତ୍ତି ଜାରି କରି କହିଛିଯେ, ସାଇ ବର୍ତ୍ତମାନ ଭଲ ଅଛନ୍ତି ।

ସାଇଙ୍କ ଟିମ୍ କହିଛି, ‘ଅଭିନେତା ସମ୍ପୂର୍ଣ୍ଣ ଭଲ ଅଛନ୍ତି । ଚିନ୍ତା କରିବାର କିଛି ନାହିଁ । ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ପ୍ରାଥମିକ ଚିକତ୍ସା ପରେ ତାଙ୍କୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଦୁର୍ଘଟଣାର ଖବର ଶୁଣି ପରିବାର ସଦସ୍ୟ, ଭାଇ ବୈଷ୍ଣବ ତେଜ, ମାମୁଁ ପୱନ କଲ୍ୟାଣ ଏବଂ ସମ୍ପର୍କୀୟ ଭାଇ ବରୁଣ ତେଜ ଡାକ୍ତରଖାନାରେ ପହଞ୍ଚିଛନ୍ତି ।

Leave a Reply

Your email address will not be published.