ବନ୍ଦ ହୋଇଯିବ ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାରଙ୍କ ଟ୍ୱିଟର ଆକାଉଣ୍ଟ, ପତ୍ନୀ ଦେଲେ ସୂଚନା

ମୁମ୍ବାଇ, (ନାଗରାଜ ନ୍ୟୁଜ): ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାରଙ୍କ ଟ୍ୱିଟର ଆକାଉଣ୍ଟ ଆଗକୁ ବନ୍ଦ ହୋଇପାରେ । ଏନେଇ ତାଙ୍କ ପରିବାର ଲୋକ ଏବଂ ତାଙ୍କ ପତ୍ନୀ ସାଇରା ବାନୋ ସୂଚନା ଦେଇଛନ୍ତି । ନିଜ ପ୍ରିୟ ଅଭିନେତାଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ ହେବା ଜାଣି ଫ୍ୟାନ୍ସ ଖୁବ୍ ଭାଙ୍ଗି ପଡ଼ିଛନ୍ତି । ଏହାଦ୍ୱାରା ଏକ ଯୁଗର ଅବସାନ ହେଲା ବୋଲି କିଛି ଫ୍ୟାନ୍ସ ଟ୍ୱିଟ କରିଥିବା ବେଳେ ଆଉ କିଛି ଏହାକୁ ଏକ ସ୍ମରଣୀୟ ଆକାଉଣ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି ।

 

ଆଜିକୁ ପ୍ରାୟ ୨ ମାସ ହେବ ସେ ଆଖି ବୁଜିଦେଇଥିବାରୁ ବର୍ତ୍ତମାନ ଏହି ଟ୍ୱିଟର ଆକାଉଣ୍ଟର କୌଣସି ଆବଶ୍ୟକତା ନାହିଁ ବୋଲି ଦିବଙ୍ଗତ ଅଭିନେତାଙ୍କ ପତ୍ନୀ ସାଇରା ବାନୋଙ୍କ ସହମତିରେ ଏପରି ପଦକ୍ଷେପ ନିଆଯାଇଥିବା ତାଙ୍କ ବନ୍ଧୁ ଫୈସଲ ଫାରୁକ ସୂଚନା ଦେଇଛନ୍ତି ।

 

ମୃତ୍ୟୁ ପୁର୍ବରୁ ଦୀର୍ଘ ଦିନ ଅସୁସ୍ଥ ଥିଲେ ଦିଲ୍ଲୀପ କୁମାର । ତେଣୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ଆଗ୍ରହୀ ଥିଲେ ତେଣୁ ଏହି ଟ୍ୱିଟର ମାଧ୍ୟମରେ ପ୍ରତିଟି ସୂଚନା ଦିଆଯାଇଥôଲା । ଏବେ ତାହାକୁ ବନ୍ଦ କରିଦିଆଯିବ ।

Leave a Reply

Your email address will not be published.