କେବେ ସୁଟିଂ ସେଟକୁ ଫେରୁଛନ୍ତି ଶେହନାଜ ? ଜାଣନ୍ତୁ କ’ଣ କହିଲେ ନିର୍ମାତା

ମୁମ୍ବାଇ, (ନାଗରାଜ ନ୍ୟୁଜ): ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଶେହନାଜ ଗିଲ ସମ୍ପୂର୍ଣ୍ଣ ରୂପେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି । ଏଯାଏଁ ଶେହନାଜ ସିଦ୍ଧାର୍ଥଙ୍କ ମୃତ୍ୟୁ ଦୁଃଖରୁ ବାହାରି ପାରିନାହାଁନ୍ତି । ତାଙ୍କର ସମସ୍ତ ସୁଟିଂ ଅଧାରେ ରହିଛି । ଶେହାନାଜ ଗିଲ ପଞ୍ଜାବୀ ଚଳଚ୍ଚିତ୍ର ‘ହୌସଲା ରଖ’ରେ ଦସ୍ତଖତ କରିଛନ୍ତି । ଯେଉଁଥିରେ ସେ ଅଭିନେତା ତଥା ଗାୟକ ଦିଲଜିତଙ୍କ ସହ ନଜର ଆସିବେ।

ଫିଲ୍ମର ପ୍ରମୋସନାଲ ଗୀତ ସେପ୍ଟେମ୍ବର ୧୫ରେ ସୁଟିଂ ହେବାର ଥିଲା । ସିଦ୍ଧାର୍ଥଙ୍କ ଦୁର୍ଘଟଣା ପରେ ଶେହନାଜଙ୍କ ଅବସ୍ଥା ଠିକ୍‌ ନଥିଲା ତେଣୁ ନିର୍ମାତାମାନେ ଏହାକୁ ସ୍ଥଗିତ ରଖିଥିଲେ। ଏକ ସାକ୍ଷାତକାରରେ ଫିଲ୍ମର ନିର୍ମାତା ଦିଲଜିତ୍ କହିଛନ୍ତିଯେ, ବର୍ତ୍ତମାନ ଆମେ ଶେହନାଜଙ୍କ ସୁସ୍ଥ ହେବା ପାଇଁ ଅପେକ୍ଷା କରିଛୁ ଯାହା ଦ୍ୱାରା ସେ ଜଲଦି ଠିକ୍‌ ହୋଇଯାଆନ୍ତୁ । ଏହାପରେ ହିଁ ଆଗକୁ କିଛି କରିହେବ ।

Leave a Reply

Your email address will not be published.