ପ୍ଲାଜମା ଦାନ କଲେ ଏସସିବିର ଜଣେ ଡାକ୍ତର ଓ ତାଙ୍କର ଧର୍ମପତ୍ନୀ ଗାଳ୍ପିକା ରୋଜା ପଣ୍ଡା

କଟକ, ଏନ ନ୍ୟୁଜ . ୨୪.୦୯.୨୦୨୦

କଟକର ନେତାଜୀ ନଗରସ୍ଥିତ ଲେଖିକା/ଗାଳ୍ପିକା ରୋଜା ପଣ୍ଡା କୋଭିଡ଼ ୧୯/କୋରନା ରୋଗର ପ୍ଲାଜମା ଥେରାପି ଚିକିତ୍ସା ପାଇଁ କଟକ ଏସ.ସି.ବି. ମେଡିକାଲର ପ୍ଲାଜମା ବ୍ୟାଙ୍କରେ ପ୍ଲାଜମା ଦାନ କରିଛନ୍ତି । ତାଙ୍କ ସହିତ ତାଙ୍କ ସ୍ୱାମୀ କଟକ ଏସ.ସି.ବି. ମେଡିକାଲର ରିଉମାଟୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ତ୍ରିପାଠୀ ମଧ୍ୟ କୋଭିଡ୍ ରୋଗର ଚିକିତ୍ସା ପାଇଁ ପ୍ଲଜମା ଦାନ କରିଛନ୍ତି । ରୋଜା ପଣ୍ଡା ହେଉଛନ୍ତି ଦ୍ୱିତୀୟ ମହିଳା ଯିଏ କି କୋଭିଡ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିଛନ୍ତି . ଆଉ ଯେବେ ଯେଉଁ କରୋନା ରୋଗୀ ମାନଙ୍କର ପ୍ଲାଜମା ଆବଶ୍ୟକ ହେବ ଲେଖିକା ରୋଜା ପଣ୍ଡା ଏବଂ ତାଙ୍କ ସ୍ୱାମୀ ଡାକ୍ତର ସୌମ୍ୟ ରଞ୍ଜନ ତ୍ରିପାଠୀ ଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published.