ଆଜି ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ସୂର୍ଯ୍ୟୋପରାଗ ୪ ଘଣ୍ଟା ୮ ମିନିଟ ପର୍ୟ୍ୟନ୍ତ ରହିବ। ପରାଗ ଅପରାହ୍ନ ୩ଟା ୭ରେ ସଂପୂର୍ଣ୍ଣ ଶେଷ ହେବ। ଏହା ଅପରାହ୍ନ ୧୨ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୧୨ଟାରୁ ୧ଟା ୩ ପର୍ୟ୍ୟନ୍ତ ଏହାର ଚରମ ସ୍ଥାନରେ ପହଞ୍ଚିବ । ଆଂଶିକ ସୂର୍ୟ୍ୟୋଗ୍ରହଣ ପୂର୍ବାହ୍ନ ୧୦ଟା ୫୯ରୁ ଆରମ୍ଭ ହୋଇ ୧୨ଟା ୩୦ ପର୍ୟ୍ୟନ୍ତ ଜାରି ରହିବ। ତେବେ ଭାରତରେ ୨୦୨୧ର ଶେଷ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ ନାହିଁ। ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାର କିଛି ସ୍ଥାନରେ ଏହା ଆଂଶିକ ଭାବରେ ଦେଖାଯିବ। ଏହାର ଲାଇଫ୍‌ ଷ୍ଟ୍ରିମିଂ ଭାରତୀୟ ସମୟାନୁସାରେ ଅପରାହ୍ନ ୧୨ଟାରୁ ଆରମ୍ଭ ହୋଇପାରେ।

Leave a Reply

Your email address will not be published.