ଆଜିର ରାଶି ଚକ୍ର ଓ ପଞ୍ଜିକା

ଆଜିର ପଞ୍ଜିକା
*✧═════•❁❀❁•═════✧*
*ଅଦ୍ୟ ଜୁଲାଇ ମାସ ୧୯ ତାରିଖ ୨୦୨୧ ମସିହା(ସୋମବାର)*
*ଶକାବ୍ଦ -୧୯୪୩*
*ସମ୍ବତ -୨୦୭୮*
*ସାଲ-୧୪୨୮*
*ସମ୍ବତ୍ସର-ରାକ୍ଷସ*
*ଆଷାଢ଼ମାସ-ଶୁକ୍ଳପକ୍ଷ*
*ତିଥି-ଦଶମୀ ରାତ୍ରି ଘ ୧୦/୧୬ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ*
*ନକ୍ଷତ୍ର- ବିଶାଖା ରାତ୍ରି ଘ ୧୧/୧୯ ପର୍ଯ୍ୟନ୍ତ ତଦନ୍ତେ ଅନୁରାଧା*
*ଚନ୍ଦ୍ର-ତୁଳା ଦିବା ଘ ୦୫/୪୫ ପର୍ଯ୍ୟନ୍ତ ତଦନ୍ତେ ବିଛା*
*ଯୋଗ-ଶୁଭ*
*କରଣ-ତୈତିଳ*
*ସୌରମାସ-କର୍କଟ ୦୪ ଦିନ*
*✧═════•❁❀❁•═════✧*
*ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୦୯*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୦*
*✧═════•❁❀❁•═════✧*
*ଯୋଗିନୀ ଉତ୍ତରେ ରାତ୍ରି ଘ ୧୦/୧୬ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ*
*ମିଥୁନ ରାଶିର ଘାତବାର*
*ଦଶମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
✧═════•❁❀❁•═══
*କାଳବେଳ। -ଦିବା ଘ୭/୦୦ ଗତେ ଘ୦୮/୩୯ ମଧ୍ୟେ*
*ବାରବେଳ।- ଦିବା ଘ୦୩/୧୦ ଗତେ ଘ୦୪/୪୮ ମଧ୍ୟେ*
✧═════•❁❀❁•═══
*ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୬/୫୮ ମଧ୍ୟେ ଓ ଘ୧୦/୧୦ ଗତେ ଘ୧୨/୩୫ ମଧ୍ୟେ*
*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୨/୫୬ଗତେ ଘ୦୩/୦୯ ମଧ୍ୟେ*
*═✧*══•❁❀❁•═════✧
*ଅଦ୍ୟ କଳମ ଶାଗ ରାତ୍ରି ୧୦/୧୬ ଗତେ ଶିମ୍ବ ଭକ୍ଷଣ ନିଷେଧ*
*═✧*══•❁❀❁•═════✧

ଆଜିର ରାଶି ଚକ୍ର
*✧═════•❁❀❁•═════✧*
*ମେଷ: ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।*

*ବୃଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।*

*ମିଥୁନ: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।*

*କର୍କଟ: ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ ।ଆକସ୍ମିକ ଇଷ୍ଟଦେବ ଦର୍ଶନର ସୁଯୋଗପାଇବେ।*

*ସିଂହ: ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।*

*କନ୍ୟା: ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।*

*ତୁଳା: ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।*

*ବିଚ୍ଛା: ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।*

*ଧନୁ: ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।*

*ମକର: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମହିଳା ମିତ୍ର ତଥା ପତ୍ନୀ ଙ୍କସହ ଭ୍ରମଣ କରିପାରନ୍ତି। ବିବାହୋତ୍ସୁକ ଯୁବକ-ଯୁବତିମାନଙ୍କର ବୈବାହିକ ସମସ୍ୟାର ସମାଧାନ ହେବ।*

*କୁମ୍ଭ: ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।*

*ମୀନ: ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତହୋଇପାରିବେ। ଅଚାନକ ଧନ ଲାଭ ହେବ କିନ୍ତୁ ସଞ୍ଚୟ ନହୋଇ ଅଯଥା ବ୍ୟୟ ହୋଇଯାଇ ପାରେ ।ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ।*

Leave a Reply

Your email address will not be published.