ଆଜିର ରାଶିଚକ୍ର

ଆଜିର ପଞ୍ଜିକା

ଅଦ୍ୟ ଫେବୃୟାରୀ ମାସ ୨୮ ତାରିଖ ୨୦୨୨ ମସିହା(ସୋମବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୮
ସାଲ-୧୪୨୯
ସମ୍ବତ୍ସର-ରାକ୍ଷସ
ଫାଲଗୁନ- କୃଷ୍ଣପକ୍ଷ
ତିଥି- ତ୍ରୟୋଦଶୀ ରାତ୍ରି ଘ ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ଉତ୍ତରାଷାଢା ଦିବା ଘ ୦୭/୨୮ ପର୍ଯ୍ୟନ୍ତ ତଦନ୍ତେ ଶ୍ରାବଣ
ଚନ୍ଦ୍ର- ମକର
ଯୋଗ-ଵରୀୟ।ନ
କରଣ – ଗର
ସୌରମାସ- କୁମ୍ଭ ୧୬ ଦିନ
ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୫୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୫୮
ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ
ସିଂହ ରାଶିର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର
ଦତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କାଳବେଳ। -ଦିବା ଘ ୦୭/୩୬ ଗତେ ଘ୦୯/୦୪ ମଧ୍ୟେ
ବାର ବେଳା – ଦିବା ଘ ୦୨/୫୭ ଗତେ ଘ୦୪/୨୨ ମଧ୍ୟେ
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୩୫ ମଧ୍ୟେ ଓ ଘ୧୧/୦୧ ଗତେ ଘ୦୧/୨୫ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୨୪ ଗତେ ଘ୦୫/୨୫ ମଧ୍ୟେ*
ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ

ଆଜିର ରାଶିଫଳ

ମେଷ:

ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।

ବୃଷ

ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।

ମିଥୁନ

ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।

କର୍କଟ

ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।

ସିଂହ

ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।

କନ୍ୟା

ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।

ତୁଳା

ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।

ବିଛା

କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ ।

ଧନୁ

ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।

ମକର

ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।

କୁମ୍ଭ

ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।

ମୀନ

କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

Leave a Reply

Your email address will not be published.