ଏଭଳି ଅଭ୍ୟାସ ବଦଳାନ୍ତୁ, ନଚେତ ବିପଦରେ ପଡିପାରନ୍ତି

ଭୂବନେଶ୍ୱର, (ନାଗରାଜ ନୁ୍ୟଜ): ମଣିଷ ନିଜର ବ୍ୟସ୍ତବହୁଳ ଜୀବନରେ ନିଜ ପାଇଁ ସମୟ କାଢିପାରି ନଥାଏ । ନିଜର ଏଭଳି କିଛି ଅଭ୍ୟାସ ଯାହା ହୃଦ୍‌ଘାତର କାରଣ ସାଜିଥାଏ । ହୃଦ୍‌ଘାତ ହେତୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହି ଅଧ୍ୟୟନରେ ଜଣା ପଡ଼ିଛିଯେ, ହୃଦ୍‌ରୋଗ ମାମଲାରେ ଭାରତ ପଶ୍ଚିମ ଦେଶ ଗୁଡିକ ତୁଳନାରେ ବହୁତ ଆଗରେ ରହିଛି ।
ତେବେ ଆପଣ ଆପଣଙ୍କ ଦୈନନ୍ଦିନ ଜୀବନରେ ଏହି ଅଭ୍ୟାସକୁ ପରିବର୍ତ୍ତନ କରି ଏହି ବିପଦକୁ ଟାଳି ପାରିବେ। ହୃଦ୍‌ରୋଗ ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, କମ୍ ବୟସ୍କ ଏବଂ ଯୁବାବସ୍ଥାରେ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରାୟ ସମୟରେ ଆମେ ପୋଷ୍ଟ ହାର୍ଟ ଆଟାକ୍ ଉପରେ ଧ୍ୟାନ ଦେଇଥାଉ। ହେଲେ ହୃଦ୍‌ଘାତ ପୂର୍ବରୁ ଆମକୁ ସଜାଗ ରହିବା ଜରୁରୀ। ଏପରି କଲେ ହୁଏତ ଆମେ ଏକ ବଡ଼ ବିପଦକୁ ଟାଳିପାରିବା। ତେବେ ଜାଣନ୍ତୁ କିପରି ରହିବେ ସଜାଗ-
ଇନଫ୍ଲାମେସନ ଅଧିକ ବିପଜ୍ଜନକ- ବହୁତ ଲୋକ ଜାଣନ୍ତି କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲାଇସେରାଇଡ୍ ମାତ୍ରା ବଢିଯିବା ହୃଦ୍‌ଘାତର ଏକମାତ୍ର କାରଣ। କୋଲେଷ୍ଟ୍ରଲ ସ୍ଥର ନିୟନ୍ତ୍ରଣ ରଖିବା ଜରୁରୀ କିନ୍ତୁ କୋଲେଷ୍ଟ୍ରଲ ହୃଦ୍‌ଘାତର ଏକମାତ୍ର କାରଣ ନୁହେଁ।
ବିଶୋଧିତ ତୈଳ- ବିଶୋଧିତ ତୈଳ ଅତ୍ୟଧିକ ପ୍ରଦାହଜନକ ଭାବରେ ବିବେଚନା କରାଯାଏ। ଏହା ଆପଣଙ୍କ ହାର୍ଟ ପାଇଁ କ୍ଷତିକାରକ ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ସୁସ୍ଥ ରହିବା ପାଇଁ କୋଲ୍ଡ ପ୍ରେସଡ ତେଲକୁ ବିକଳ୍ପ ରୁପେ ବାଛନ୍ତୁ।
ସକ୍ରିୟ ରୁହନ୍ତୁ- ସୁସ୍ଥ ରହିବା ପାଇଁ ସକ୍ରିୟ ଜୀବନଶୈଳୀକୁ ଆପଣାନ୍ତୁ । ଚାଲିବା, ଯୋଗ କରିବା ଇତ୍ୟାଦି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। ସକ୍ରିୟ ରହିବାକୁ ହେଲେ ନୃତ୍ୟ, ଏରୋବିକ୍ସ, ପହଁରିବା ଆଦି କାର୍ୟ୍ୟ କରିବାକୁ ପଡ଼ିବ। ଯଦି ଆପଣ ଏହିଭଳି ପରିଶ୍ରମ ନକରୁଛନ୍ତି ତେବେ ହୃଦଘାତର ଆଶଙ୍କା ଅଧିକ ରହିଥାଏ।
ଶୋଇବା ରୁଟିନ ଠିକ ରଖନ୍ତୁ- ଅନେକ ଲୋକ ରାତିସାରା କାମ କରିଥାନ୍ତି କିମ୍ୱା ଅନ୍ୟ କାର୍ୟ୍ୟରେ ବ୍ୟସ୍ତ ରହିଥାନ୍ତି ଯାହା ଫଳରେ ରାତିରେ ଶୋଇପାରନ୍ତି ନାହିଁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଠିକ୍ ସମୟରେ ନିଦ ହେବା ଏବଂ ପର୍ୟ୍ୟାପ୍ତ ଶୋଇବା ଆପଣଙ୍କ ହୃଦୟ ପାଇଁ ଔଷଧ ଭଳି କାମ କରିଥାଏ। ଅନ୍ୟ ପକ୍ଷରେ ପର୍ୟ୍ୟାପ୍ତ ନିଦ ନହେବାଯୋଗୁ ହୃଦଘାତର ଆଶଙ୍କା ହୋଇପାରେ।

Leave a Reply

Your email address will not be published.