ଏହି ଦୁଇ ଖାଦ୍ୟକୁ କରନ୍ତୁ ଏକତ୍ର ସେବନ, ମିଳିଥାଏ ବହୁ ଲାଭ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ ): ଘିଅ ଓ ଗୁଡ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ । ଉଭୟ ଘିଅ ଓ ଗୁଡ ସ୍ୱାସ୍ଥ୍ୟ ପାଇଁ ହିତକର, କିନ୍ତୁ ସାଧାରଣତଃ ଏହାକୁ ଆମେ ଅଲଗା ଅଲଗା ବ୍ୟବହାର କରିଥାଉ। ଯଦି ଘିଅ ଓ ଗୁଡକୁ ଏକାସାଙ୍ଗେ ସେବନ କରଯାଏ ତାହେଲେ ଅନେକ ଲାଭ ମିଳିବ । ବିଶେଷଜ୍ଞଙ୍କ କହିବାନୁଯାୟୀ, ଘିଅ ଓ ଗୁଡର ମିଶ୍ରଣ ସୁପରଫୁଡ ଭଳି କାମ କରିଥାଏ ।

ଘିଅ ଓ ଗୁଡକୁ ଆୟୁର୍ବେଦରେ ମଧ୍ୟ ଅନେକ ସମସ୍ୟା ଦୂର କରିବାକୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ। ଏହି ଦୁଇଟିର ମିଶ୍ରଣ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଘିଅ ଓ ଗୁଡର କମ୍ବିନେସନ ଶରୀରକୁ କଣ କଣ ଫାଇଦା ପହଞ୍ଚାଇଥାଏ ଏବଂ ଏହାକୁ କେଉଁ ସମୟରେ ସେବନ କରିବା ଉତ୍ତମ ଆସନ୍ତୁ ଜାଣିବା ।

ଘିଅ ଓ ଗୁଡ ଆପଣ ମଧ୍ୟାହ୍ନ ଭୋଜନ ପରେ ସେବନ କରିପାରିବେ। ନଚେତ ରାତ୍ରି ଭୋଜନ ପରେ ମଧ୍ୟ କରିପାରିବେ। ଏଥିପାଇଁ ଗୋଟିଏ ଚାମଚ ଶୁଦ୍ଧ ଘିଅରେ କିଛି ଗୁଡ ମିଶାନ୍ତୁ। ଏହାକୁ ଭୋଜନର ୫-୧୦ ମିନିଟ ପରେ ସେବନ କରିପାରିବେ।

ଘିଅ ଓ ଗୁଡଏଅ ସମ୍ମିଶ୍ରଣକୁ ଏଇଥିପାଇଁ ସୁପରଫୁଡ କୁହାଯାଇଛି କାରଣ ଏଥିରେ ଆୟରନ, ମ୍ୟାଗନେସିୟମ୍ରେ, ପୋଟାସିୟମ ଓ ଭିଟାମିନ ବି-ସି ଭଳି ଅନେକ ପୋଷାକ ତତ୍ତ୍ୱ ରହିଛି। ଘିଅରେ ଭିଟାମିନ ଏ, କେ, ଇ, ଡି ସହ ଫ୍ୟାଟି ଏସିଡ ମଧ୍ୟ ରହିଛି। ଏହା କେବେଳେ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ୱଚା ଓ କେଶକୁ ମଧ୍ୟ ଭରପୁର ପୋଷଣ ପ୍ରଦାନ କରିଥାଏ ।

Leave a Reply

Your email address will not be published.