ଦାଢାପାଟଣାରୁ ୧୫ ପଜେଟିଭ,୨ ମୃତ

କଟକ, (ନାଗରାଜ ନ୍ୟୁଜ ): ୧୨/୦୮/୨୦୨୦  

କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅଧିନ ଦାଢାପାଟଣା ଗ୍ରାମରେ କରୋନା ମହାମାରି କରାଳ ହୋଇଛି। ବର୍ତ୍ତମାନ ଶୁଦ୍ଧା ଦାଢାପାଟଣା ପଞ୍ଚାୟତରୁ ୧୫ ସଂକ୍ରମିତ ମଧ୍ୟରୁ ଗାଁରୁ ମୋଟ ୧୩ ଜଣ ସଂକ୍ରମିତ ବାହାରିଛନ୍ତି। ଏହି ସଂକ୍ରମିତ ମଧ୍ୟରୁ ପ୍ରଥମେ ଗତ ମାସ ୧୧ ତାରିଖରେ ଜଣେ ୨୮ ବର୍ଷିୟ ଯୁବକର ମୃ୍ତ୍ୟୁ ହୋଇଥିଲା। ୩ ଦିନ ତଳେ ଦ୍ଵିତୀୟ ସଂକ୍ରମିତ ଜଣେ ୩୮ ବର୍ଷ ବୟସର ବ୍ୟବସାୟୀକର ମ୍ରତ୍ୟୁ ହୋଇଥିଲା। ମହାମାରି ରୂପ ଧାରଣ କରିଥିବା କରୋନାକୁ ନେଇ ଗ୍ରାମବାସି ମାନେ ଭୟଭିତ ହୋଇଛନ୍ତି। ହେଲେ ମହାମାରି କରୋନାକୁ ହରାଇବା ଲାଗି ଦାଢାପାଟଣା ସରପଞ୍ଚ ସୂର୍ଣ୍ଣଲତା ବିଶ୍ଵାଳଙ୍କ ବୈଠକ କରି ଦୃଢ ନିଷ୍ପିତି ନେଇଛନ୍ତି। ଗାଁକୁ ମଙ୍ଗଳ ବାର ରାତି ୧୨ଟାରୁ ଶୁକ୍ର ବାର ରାତି ୧୨ଟା ପର୍ଯ୍ୟନ୍ତ ସଟଡାଉନ କରାଯାଇଛି। କଡ଼ାକଡ଼ି ଭାବେ ପାଳନ କରିବା ଲାଗି ମାଇକ ରେ ଡାକବାଜି କରି ସଚେତନ କରାଯାଇଛି। ସମଗ୍ର ଗାଁକୁ ସାନିଟାଇଜ କରାଯାଇଛି। ବାସି କରୋନା ମହାମାରି ସଂକ୍ରମଣକୁ ଆଗକୁ ଅଉ ବ୍ୟାପିବାକୁ ନଦେବା ଲାଗି ଅଣ୍ଟାଭିଡି ଲଗି ପଡିଛନ୍ତି। ମିଳି ମିଶି କଟକଣାକୁ କଡା କଡି ଭାବେ ପାଳନ କରୁଛନ୍ତି।

2 thoughts on “ଦାଢାପାଟଣାରୁ ୧୫ ପଜେଟିଭ,୨ ମୃତ

Leave a Reply

Your email address will not be published.