୧୦ ବର୍ଷ ବାଳକକୁ ନିର୍ମମ ହତ୍ୟା, ଅପରାଧି ଗିରଫ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନ ଥୁଆମୂଳ ଭଟାଗୁଡା ଗ୍ରାମରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୧୦ ବର୍ଷର ଶିଶୁକୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହି ଗ୍ରାମର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲକୁ ସେହି ଗ୍ରାମର ଜୟସିଂ ଜାନୀ (୪୨)ନାମକ ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଘଟଣା ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଛି ।

ଏଥିସହିତ ଘାସିରାମଙ୍କ ବଡପୁଅ ଦେବାନନ୍ଦକୁ ମଧ୍ୟ ଧନୁତୀରରେ ଆକ୍ରମଣ କରି ତାର ଗୋଡରେ ଆହତ କରିଛି । ପରେ ଗ୍ରାମର ବୃଦ୍ଧ ତାମା ଜାନୀକୁ ମଧ୍ୟ ଆକ୍ରମଣ କରିଥିବା ଯୋଗୁଁ ସେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ଆସିଛି । ଅଭିଯୋଗ ପରେ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି । ଘଟଣାର ସମ୍ପୁର୍ଣ୍ଣ ତଥ୍ୟ ପାଇଁ ଆସନ୍ତା କାଲି ଭବାନୀପାଟଣାରୁ ସାଇନ୍ଟିଫିକ୍ ଟିମ୍ ଭଟାଗୁଡା ଗ୍ରାମରେ ପହଞ୍ଚି ତଦନ୍ତ କରିବ ବୋଲି ଥାନା ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.