ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ଘୋଷଣା, ମାଗଣାରେ ମିଳିବ ଟିକା

 

ନାଗରାଜ ନ୍ଯୁଜ୍‌ : ରାଜ୍ୟ ବାସିଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଉଦବୋଧନ ଦେଇ ବଡ ଘୋଷଣା କରିଛନ୍ତି। ୧୮ରୁ ୪୫ ବର୍ଷ ବୟସ ବର୍ଗର ସମସ୍ତ ଙ୍କୁ ମାଗଣାରେ କୋଭିଡ ଟିକା ମିଳିବ। ଏହି ବର୍ଗରେ ୨ କୋଟି ଲୋକ ରହିଛନ୍ତି ଓ ସେଥିପାଇଁ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ବୋଲି ମୁଖ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି। ମଈ ୧ ତାରିଖରୁ ମିଳିବ ମାଗଣା ଟିକା ବୋଲି ଘୋଷଣା କଲେ । ଗତ ଥର ଅପେକ୍ଷା ଏଥର କରୋନା ଭୟଙ୍କର ରୂପ ରେ ଆସିଛି। କାହାର ବାପା, ମା ଙ୍କୁ ଛଡାଇ ନେଇଛି, କାହା ଠାରୁ ରୋଜଗାରିଆ ପୁଅକୁ ଛଡାଇ ନେଇଛି,ତ କେଉଁ ନବ ବିବାହିତା ଠାରୁ ତା ସ୍ୱାମୀକୁ ଛଡାଇ ନେଇଛି। ବହୁ ଦାରୁଣ ଦୁଃଖ ଦେବା ସହିତ ରାଜ୍ୟ ବିସମ ପରିସ୍ଥିତିରେ ଗତି କରୁଛି। ଆମକୁ ମିଳି ମିଶି ମୁକାବିଲା କରିବାକୁ ପଡିବ। ହାତ ଯୋଡି ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ଘର ଭିତରେ ରହିବା ଓ କୋଭିଡ଼ ନିୟମ ପାଳନ କରି ସରକାରଙ୍କୁ ସହଯୋଗ କରିବାକୁ ରାଜ୍ୟ ବାସିଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ । ଆମେ ସମସ୍ତେ ପରଷ୍ପର ସହଯୋଗରେ କରୋନା ମହାମାରି ମୁକାବିଲା କରି ସଫଳ ହୋଇପାରିବା ବୋଲି ଆଶା ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published.