ସୋହେଲାଠାରେ କୋରାନା କଟକଣା ମଧ୍ୟରେ ଆରମ୍ଭ ହେଲା ଦୁର୍ଗାପୂଜା

ବରଗଡ଼ : ସୋହେଲାଠାରେ କୋରାନା କଟକଣା ଓ ନିୟମ ଅନୁସାରେ ଆରମ୍ଭ ହେଲା ଐତିହାସିକ ଦୁର୍ଗାପୂଜା । ବିଶେଷକରି ବରଗଡ଼ ଜିଲ୍ଲା ସୋହେଲା ନଗରୀର ସାମ୍ପ୍ରଦାୟିକ ସଦଭାବ ଓ ଭାଇଚାରାର ମହାନ ପର୍ବ ସାର୍ବଜନୀନ ମାଁ ଦୁର୍ଗା ପୂଜା ମହୋତ୍ସବ । ଏହା ସମଗ୍ର ପଶ୍ଚିମ ଓଡିଶା ରେ ପ୍ରସିଦ୍ଧି ଲାଭ କରିଛି. ପ୍ରଶାସନର କୋରୋନା କଟକଣା ଯୋଗୁଁ ଭାଙ୍ଗିଲା ଶହ ଶହ ବର୍ଷର ଐତିହାସିକ ପରମ୍ପରା । ବନ୍ଦ ହେଲା ସିଦ୍ଧ ରାମଲୀଳା ମହୋତ୍ସବ, ରାବଣପୋଡ଼ି, ଆତସବାଜି ତଥା ଅନେକ ମନୋରଞ୍ଜନ କାର୍ୟ୍ୟକ୍ରମ । କିନ୍ତୁ ଏବର୍ଷ କରୋନା କଟକଣା ଫଳରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଭରି ଦେଇଛି ଦୁଃଖ । କେବଳ ପୂଜକ ଓ କର୍ତାଙ୍କ ଦ୍ୱାରା ନିରାଡ଼ମ୍ବର ଭାବେ ପୂଜା ପାଉଛନ୍ତି ମାଁ ଗୌରୀ ଦେବୀ ।

Leave a Reply

Your email address will not be published.