ଚାଷୀ ସଂଗଠନ ପକ୍ଷରୁ ରାସ୍ତାରୋକ

ବଲାଙ୍ଗୀର: ଚାଷୀ ବୀମାରୁ ବଂଚିତ ଅଭିଯୋଗ । ବେଲପଡା ଓ ଯୁରାବନ୍ଧ ଗ୍ରାମପଂଚାୟତକୁ ୨୦୧୯ ଖରିଫ ଧାନ ଫସଲବୀମା ରାଶି ହେଷ୍ଟର ପିଛା ୬୦,୦୦୦ ଟଙ୍କା ପ୍ରଦାନ ଦାବି ନେଇ ବଙ୍ଗୋମୁଣ୍ଡାର ଫୁଗୁଡା ଛକ ନିକଟ ୫୯ ଜାତୀୟ ରାଜପଥ ଠାରେ ଚାଷୀ ସଙ୍ଗଠନ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଚାଷୀ ମାନଙ୍କ ଅଭିଯୋଗ ହେଲା ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଗଷ୍ଟ ମାସ ୧୪ ତାରିଖ ଦିନଠୁ ଅଧିକ ବର୍ଷା ହୋଇଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଫଳରେ ଏହି ପଞ୍ଚାୟତରେ ଧାନ ଚାଷର ବ୍ୟାପକ ଭାବେ ନଷ୍ଟ ହୋଇଥିଲା । ଏହାର କିଛି ମାସ ପରେ ଚଳଡା ପୋକର ପ୍ରାଦୁର୍ଭାବରେ ଧାନଚାଷ ଉପୁଡି ନଷ୍ଟ ହୋଇଥିଲା । ତେଣୁ ଚାଷୀ ସବୁ ସମୟରେ କ୍ଷତି ସହୁଥିବା ଯୋଗୁ ଫସଲବୀମା ରାଶି ହେଷ୍ଟର ପିଛା ୬୦,୦୦୦ ଟଙ୍କା ପ୍ରଦାନ ଦାବି କରାଯାଉଛି । ତେବେ ଆନ୍ଦୋଳନକାରୀ ଚାଷୀ ମାନେ ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ । ପରେ ବଙ୍ଗୋମୁଣ୍ଡା ତହସିଲଦାର ଆନ୍ଦୋଳନ ସ୍ଥଳକୁ ଯାଇ ଚାଷୀଙ୍କ ଦାବିପତ୍ର ଗ୍ରହଣ କରିବାସହ ତାଙ୍କ ଦାବି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେଲା ପରେ ଚାଷୀ ରାସ୍ତାରୋକ ଆନ୍ଦୋଳନରୁ ଓହରିଥିଲେ।

Leave a Reply

Your email address will not be published.