ଗ୍ରାହକଙ୍କ ପାଇଁଖୁସି ଖବର, ପାର୍ବଣ ପୂର୍ବରୁ ଏସ୍‌ବିଆଇ ଓ ପିଏନ୍‌ବିର ବଡ଼ ଅଫର୍‌

ନୂଆଦିଲ୍ଲୀ ୧୦/୦୯: ଦେଶରେ ପାର୍ବଣ ଋୁତୁ ଆରମ୍ଭ ହେବା ପୂର୍ବରୁ ଏସ୍‌ବିଆଇ ଓ ପିଏନବି ନିଜର ଗ୍ରାହକଙ୍କ ପାଇଁ ବଡ଼ ଅଫର ଘୋଷଣା କରିଛନ୍ତି । ଭାରତର ଦ୍ବିତୀୟ ବୃହତ୍ତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଗ୍ରାହକଙ୍କ ପାଇଁ ମେଗା ‘ଫେଷ୍ଟିଭାଲ୍‌ ବୋନାଞ୍ଜା ଅଫର’ ଘୋଷଣା କରିଛି । ଅଫର ମୁତାବକ ହାଉସିଂ ଲୋନ ଓ କାର୍‌ ଲୋନ୍‌ ଭଳି ବଡ଼ ରିଟେଲ୍‌ ପ୍ରଡକ୍ଟସ୍‌ ଉପରେ ପ୍ରୋସେସିଂ ଫି ଓ ଡକ୍ୟୁମେଣ୍ଟେସନ୍‌ ଚାର୍ଜ ଆଉ ଦୋବକୁ ପଡ଼ିବ ନାହିଁ ।

ଅନ୍ୟପଟେ ହୋମ୍‌ ଲୋନ୍‌ ପାଇଁ ଏସ୍‌ବିଆଇ ୩ଟି ବଡ଼ ଅଫର ଘୋଷଣା କରିଛି । ଏଣିକି ହୋମ୍‌ ଲୋନ୍‌ ପାଇଁ ଆବେଦନ ଫି ଆଉ ଦେବାକୁ ପଡ଼ିବ ନାହିଁ । ଆଫଣଙ୍କ ସିଭିଲ୍‌ ସ୍କୋର ଭଲ ଥିଲେ ୩୦ ଲକ୍ଷରୁ ଏକ କୋଟି ପର୍ଯ୍ୟନ୍ତ ଋଣ ଉପରେ ୧୦ ବେସିସ୍‌ ପଏଣ୍ଟ ରିହାତି ମିଳିବ । ଏହା ବ୍ୟତୀତ ଏସ୍‌ବିଆଇ ୟୋନୋ ଜରିଆରେ ହୋମ୍ ଲୋନ୍‌ ଆବେଦନ କଲେ ଅଧିକ ୫ ପ୍ରତିଶତ ବେସିସ୍‌ ପଏଣ୍ଟ ମାଗଣା ମିଳିବ ବୋଲି ଜଣାପଡ଼ିଛି ।

ଏହାସହ ଦେଶରେ ୧୦,୮୯୭ ପିଏନବି ଶାଖାରେ ଗ୍ରାହକମାନେ ଡିଜିଟାଲ୍‌ ମାଧ୍ୟମ ଜରିଆରେ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଏହି ଆକର୍ଷକ ଅଫରର ଲାଭ ଉଠାଇପାରିବେ । ୧ ସେପ୍ଟେମ୍ବର ୨୦୨୦ରୁ ଆରମ୍ଭ ହୋଇଥିବା ଏହି ମେଗା ଅଫର ମାଧ୍ୟମରେ ଗ୍ରାହକମାନେ ୭.୧୦ ପ୍ରତିଶତ ଦରରେ ଘର ଋଣ ଓ ୭.୫୫ ପ୍ରତିଶତ ଦରରେ କାର୍‌ ଲୋନ୍‌ ପାଇପାରିବେ ବୋଲି ପିଏନବି ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published.