ମୁଣ୍ଡଳୀରେ ସୁଖିଲା ଘଡଘଡି, ୪ ଗୋରୁ ମୃତ

ବାରଙ୍ଗ , ୧୯।୯ (ଏନ୍‌ ନ୍ଯୁଜ୍‌) ବାରଙ୍ଗ ବ୍ଲକ ଅନ୍ତର୍ଗତ ମୁଣ୍ଡଳି ଗ୍ରାମଠାରେ ଅପରାହ୍ନରେ ସୁଖିଲା ଘଡଘଡି ମାରି ୪ ଗୋରୁଙ୍କର ମୃତ୍ୟୁ ହୋଇଛି। ଗୋରୁମାନେ ପଡିଆରେ ଚରୁଥିବା ବେଳେ ଅଚାନକ ଘଡ଼ଘଡି ମାରିଥିଲା । ବାବୁଆ ସାହୁଙ୍କର ୨ଟି ଓ ବୁଲୁ ବେହେରାଙ୍କର ୨ ଗୋରୁଙ୍କର ମୃତ୍ୟୁ ହୋଇଛି। ମରିଥିବା ଗୋରୁଙ୍କ ମଧ୍ୟରେ ଗୋଟିଏ ୩ଟି ଗାଈ ଥିବାବେଳେ ଗୋଟିଏ ବଳଦ ଅଛି।

Leave a Reply

Your email address will not be published.