ସ୍ମାରକପତ୍ର ପ୍ରଦାନ

ବଡମ୍ବା: ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ। ଏପରି ଘଟଣା ଘଟିଛି କଟକ ଜିଲ୍ଲା ବଡମ୍ବା ଥାନା ଠାରେ । ମହାମାରୀ କରୋନା ସମୟରେ ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଦୁର୍ବଳ ହୋଇପଡିଥିବା ବେଳେ ରାଜ୍ୟର ବିଦ୍ୟୁତ ବିତରକ କମ୍ପାନୀ ଦ୍ୱାରା ବିଦ୍ୟୁତ ଶୁଳ୍କ ୟୁନିଟ ପ୍ରତି ୨୦ ପଇସା ବୃଦ୍ଧି କରିଛନ୍ତି।ଉକ୍ତ ଦର ବୃଦ୍ଧି କୁ ବିରୋଧ କରି ବଡମ୍ବା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ଦଳ ପକ୍ଷରୁ ବଡମ୍ବା ତହସିଲଦାରଙ୍କ ଜରିଆରେ ଓଡ଼ିଶାର ରାଜ୍ୟପାଳଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ତଥା ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ନେତୃତ୍ୱରେ ବଡମ୍ବା ନରସିଂହପୁରର ବିଜେପି ଦଳର ସମସ୍ତ କର୍ମୀ ଏବଂ ସ୍ଥାନୀୟ ନେତୃତ୍ୱବୃନ୍ଦଙ୍କ ଉପସ୍ଥିତିରେ ବଡମ୍ବା ଗାନ୍ଧୀ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଟାଉନ ପରିକ୍ରମା କରି ବଡମ୍ବା ବିଦ୍ୟୁତ କାର୍ୟ୍ୟାଳୟ ଠାରେ ପହଞ୍ଚିଥିଲେ। ସେଠାରୁ ବଡମ୍ବା ତହସିଲ କାର୍ୟ୍ୟାଳୟ ଠାରେ ପହଞ୍ଚି ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Leave a Reply

Your email address will not be published.