କରୋନା: ନିୟମ କଡ଼ାକଡ଼ି କଲା ଉତ୍ତର କୋରିଆ

ପ୍ୟଙ୍ଗ୍ୟୟଙ୍ଗ: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଉତ୍ତର କୋରିଆ ସୀମାରେ ନିୟମ କଡ଼ାକଡ଼ି କରିଛି। ଦେଶର ସରକାରୀ ଖବରକାଗଜ ମଙ୍ଗଳବାର ଦିନ ଏହା କହିଛି। କରୋନାକୁ ରୋକିବା ପାଇଁ କିମ ଜୋଙ୍ଗ ଉନ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।

ଗତ ସପ୍ତାହରେ କିମ ଏକ ପଲିଟବୁରୋ ବୈଠକ କରି ଲୋକଙ୍କୁ COVID-19ରୁ ବର୍ତ୍ତିବା ପାଇଁ କହିଥିଲେ। ଉତ୍ତର କୋରିଆ ଏହାର ସୀମା, ସ୍ଥାନୀୟ ଅଞ୍ଚଳ ଏବଂ ସାମୁଦ୍ର ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ନୂତନ କରୋନାଭାଇରସ୍ ପ୍ରବାହକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ନିୟମ କଡ଼ାକଡ଼ି କରିଛି ଉତ୍ତର କୋରିଆ। ସୀମା ତଥା ଉପକୂଳବର୍ତ୍ତୀ ଅଞ୍ଚଳରେ ନୀରିକ୍ଷଣକୁ ମଜବୁତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା କୁହାଯାଉଛି।

ଜାନୁଆରୀ ଶେଷରୁ କରୋନାଭାଇରସ୍ ପ୍ରବାହକୁ ରୋକିବା ପାଇଁ ଉତ୍ତର କୋରିଆ ଅପେକ୍ଷାକୃତ ଦ୍ରୁତ ଏବଂ କଠୋର ପଦକ୍ଷେପ ଗ୍ରହଣ କରିଛି, ଏହାର ସୀମା ବନ୍ଦ କରିବା ଏବଂ କ୍ୱାରେଣ୍ଟାଇନ୍ ଅବଧିକୁ ବୃଦ୍ଧି କରିଛି।

Leave a Reply

Your email address will not be published.