ସଦର ଥାନା ପୁଲିସ କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି

କଟକ:ସଦର ଥାନା ପୁଲିସ ଶୁକ୍ରବାର ଲୁଟରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ୧୩ଟି ସୁନା ଚେନ, ଗୋଟିଏ ଦେଶୀ ବନ୍ଧୁକ ଓ ୩ ଟି ବାଇକ ଜବତ କରାଯାଇଛି ।
ପୋଲିସ ସୂଚନା ଅନୁଯାୟୀ, ଗତ ୫ ତାରିଖରେ କଟକ ବିଡାନାସି ଅଞ୍ଚଳର ସତ୍ୟ ନାରାୟଣ ନାୟକ ଓ ତାଙ୍କ ମାଆ ଏକ ବାଇକ ଯୋଗେ ଭୁବନେଶ୍ବରରୁ କଟକ ଫେରୁଥିଲେ । ପ୍ରାୟ ସନ୍ଧ୍ୟା ୬ଟା ୩୦ ସମୟରେ ଦୁଇ ଜଣ ଲୁଟେରା ତାଙ୍କ ମାଙ୍କ ବେକରୁ ସୁନା ଚେନ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଏନେଇ ସତ୍ୟ କଟକ ସଦର ଥାନାରେ ଏତଲା ଦାୟର କରିଥିଲେ । ଘଟଣାର ତଦନ୍ତ କରି କଟକ ସଦର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କ ନିକଟରୁ ୬ ଲକ୍ଷ ଟଙ୍କା ମୂଲ୍ୟର ୧୩ ଟି ସୁନା ଚେନ ଜବତ କରାଯାଇଛି । ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ଖୋଳତାଡ କରୁଥିବା କମିଶନର ଜଣାଇଛନ୍ତି ।

Leave a Reply

Your email address will not be published.