ଲଗାଣ ବର୍ଷାରେ ସୁବର୍ଣ୍ଣପୁର ବେହାଲ

ସୁବର୍ଣ୍ଣପୁର: ଗତକାଲି ଠାରୁ ଜାରି ରହିଥିବା ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଲାର ବିଭିନ୍ନଭାଗରେ ଥିବା ତଳିଆ ଅଂଚଳମାନଙ୍କରେ ବନ୍ୟାପାଣି ଜମି ଯାଇଛି । ନଦୀ ନାଳମାନଙ୍କରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ବିର ମହାରାଜପୁରରୁ ଅମରପାଲିକୁ ଯାଇଥିବା ରାସ୍ତାର ଘୁଙ୍ଗି ନାଳ ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି । । ସେପଟେ ସୁବର୍ଣ୍ଣପୁର ପୌର ପରିଷଦର ପଟାଭାଡି ଅଂଚଳ ତଥା ସହରର ଅନେକ ତଳିଆ ଅଂଚଳରେ ଘର ଭିତରଙ୍କୁ ବନ୍ୟା ପାଣି ପଶୁଛି । ଅନେକ ସ୍ଥାନରେ ଡ୍ରେନ ମୁକୁଳା ପଡିଥିବାରୁ ଡ୍ରେନ ପାଣି ମଧ୍ୟ ଘରକୁ ପଶୁଛି । ବର୍ଷା ପାଇଁ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ଚାଷିମାନଙ୍କୁ ବିଶେଷ ପ୍ରଭାବ ପକାଇଛି ବର୍ଷା । ଧାନ ବିଲ ସବୁ ପାଣିରେ ବୁଡି ରହିଛି । ଅହୁରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଥିବାବେଳେ ଚିନ୍ତାରେ ଚାଷି ।

Leave a Reply

Your email address will not be published.