ନୃସଂସ ୨ ପୁଅ, ଜନ୍ମ ଦାତ୍ରୀ ମା’କୁ ପିଟି ମାରିଦେଲେ

ଭୁବନେଶ୍ଵର,୧୭।୯(ଏନ୍‌ ନ୍ଯୁଜ୍‌) ନୃସଂସ ସାଜିଲେ ୨ ନାବାଳକ ପୁଅ । ଦଶ ମାସ ଗର୍ଭରେ ଧାରଣ କରି କଷ୍ଟରେ ସେମାନଙ୍କୁ ଜନ୍ମ ଦେଇ ଲାଳନ ପାଳନ କରି ବଡ କରିଥି ମା’କୁ ପିଟି ହତ୍ୟା କଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଗୁରୁବାର ସକାଳେ, ଭୁବନେଶ୍ୱର ଏଆରଫିଲଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଗ୍ରାମରେ। ସକାଳୁ ମୃତ ମହିଳାଙ୍କ ପଡୋଶୀଙ୍କ ଠାରୁ ସୂଚନା ପାଇ ଘଟଣା ସ୍ଥଳରେ ପହଁଚିଥିଲା ଏଆର ଫିଲଡ୍ ଥାନା ପୁଲିସ । ମହିଳାଙ୍କ ଶବକୁ ରକ୍ତ ଜୁଡ଼ୁବୁଡ ଅବସ୍ତାର ତାଙ୍କ ଗାଧୁଆ ଘର ଭିତରୁ ଉଦ୍ଧାର କରିଥିଲା । ପଡୋଶୀଙ୍କୁ ପଚରା ଉଚରା କରିଥିଲା। ମୃତ ମହିଳାଙ୍କ ୨ ପୁଅ ଫୋନ ସେମାନଙ୍କୁ କହିଥିଲେ କେହି ତାଙ୍କ ମା’ଙ୍କ ପିଟି ଗାଧୁଆ ଘର ଭିତରେ ଫିଙ୍ଗି ବାହାରୁ କବାଟ ବନ୍ଦକରି ଚାଲିଯାଇଥିବା ପୁଲିସକୁ ସୂଚନା ଦେଥିଲା ପରେଶୀ । ମିଳିଥିବା ସୂଚନାକୁ ଆଧାର କରି ପୁଲିସ୍ ଫେରାର ଦୁଇ ନା ବାଳକଙ୍କୁ ଧରି ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ମା ନିଶା ଶକ୍ତି ଅବସ୍ତାରେ ସେମାନଙ୍କ ସହ ପାଟିତୁଣ୍ଡ କରିବାରୁ ରଡରେ ପିଟି ହତ୍ୟା କରି ଗାଧୁଆ ଘର ଭିତରେ ଫିଙ୍ଗି ଫେରାର ହେଥିବା ପୁଲିସ ପାଖରେ ୨ ନାବାଳକ ସ୍ଵୀକାର କରିଛନ୍ତି। ଭୁବନେଶ୍ଵର ଏଆର ଫିଲଡ୍‌ ଥାନାରେ ମକଦ୍ଧମା ରୁଜ୍‌ କରି ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତଜାରି ରଖିଛି।

Leave a Reply

Your email address will not be published.